ଓଡିଶା

odisha

By

Published : May 17, 2023, 7:04 AM IST

ETV Bharat / state

ଏସିଆନ ଚମ୍ପିଆନସିପ ଏବଂ ଏସିଆନ ଗେମ୍ସ ୨୦୨୩ : ଭାରତୀୟ ଟ୍ରାକ ସାଇକଲିଂ ଦଳରେ ଓଡ଼ିଆ ଝିଅ ସ୍ୱସ୍ତି ସିଂ

ବିଶ୍ୱ ଦରବାରରେ ଚମକିବେ ରାଉରକେଲା ଝିଅ । ଏସିଆନ ଚମ୍ପିଆନସିପ ଏବଂ ଏସିଆନ ଗେମ୍ସ ୨୦୨୩ରେ ଭାରତୀୟ ଟ୍ରାକ ସାଇକଲିଂ ଦଳରେ ସାମିଲ ହେଲେ ସ୍ବସ୍ତି ସିଂ । ଅଧିକ ପଢ଼ନ୍ତୁ

ବିଶ୍ୱ ଦରବାରରେ ଚମକିବେ ରାଉରକେଲା ଝିଅ
swasti singh selected for asian games 2023

swasti singh selected for asian games 2023

ରାଉରକେଲା: ବିଶ୍ୱ ଦରବାରରେ ଚମକିବେ ଓଡ଼ିଆ ଝିଅ । ବିଶ୍ବରେ କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦରେ ଯୋଡ଼ି ହେବ ସୁନ୍ଦରଗଡ଼ । ପ୍ରଥମ ଥର ପାଇଁ ଏସିଆନ ଟ୍ରାକ ସାଇକଲିଂ ଚମ୍ପିଆନସିପରେ ଭାରତୀୟ ଦଳର ପ୍ରତିନିଧିତ୍ଵ କରିବେ ରାଉରକେଲା ଝିଅ ସ୍ବସ୍ତି ସିଂ । ଏହାସହ ଏଥର ସେ ଚୀନରେ ହେବାକୁ ଥିବା ଏସିଆନ ଗେମ୍ସରେ ମଧ୍ୟ ଟ୍ରାକ ସାଇକଲିଂ ଟିମ୍‌ ପାଇଁ ମନୋନୀତ ହୋଇଛନ୍ତି । ଅନ୍ତର୍ଜାତୀୟ ଟ୍ରାକ ସାଇକଲିଂ ଚମ୍ପିଆନସିପ୍‌ରେ ମନୋନୀତ ହୋଇ ସୁନ୍ଦରଗଡ଼ ଜିଲ୍ଲା ତଥା ସମଗ୍ର ରାଜ୍ୟ ପାଇଁ ସ୍ବସ୍ତି ଗର୍ବ ଆଣିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:FIH Pro League: 24 ଜଣିଆ ଭାରତୀୟ ଦଳ ଘୋଷଣା, ଓଡ଼ିଶାରୁ ଏକମାତ୍ର ଅମିତ

ସ୍ବସ୍ତି ରାଉରକେଲା ବାସିନ୍ଦା ଅଟନ୍ତି । ତାଙ୍କ ବାପା ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ କାର୍ଯ୍ୟରତ ଅଟନ୍ତି । ପିଲାଟି ଦିନରୁ ସାଇକଲିଂ କରିବାକୁ ସେ ପସନ୍ଦ କରୁଥିଲେ । ବଡ଼ ହେବା ପରେ ସେ ସାଇକଲିଂ ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ସେଥିରେ କ୍ୟାରିଅର ଗଢିବା ପାଇଁ ସ୍ଥିର କଲେ । ବର୍ତ୍ତମାନ ବହୁ ଇଭେଣ୍ଟରେ ରାଉରକେଲା ପାଇଁ ଏବଂ ଓଡ଼ିଶା ପାଇଁ ନିଜର ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି ସ୍ବସ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Thailand Para Badminton: ସ୍ବର୍ଣ୍ଣିମ ସଫଳତା, ପ୍ରମୋଦଙ୍କୁ ଡବଲ୍ ସ୍ବର୍ଣ୍ଣ

ଏହି ଏସିଆନ ଟ୍ରାକ ସାଇକଲିଂ ଚମ୍ପିଆନସିପ୍‌ ଏବଂ ଏସିଆନ ଗେମ୍ସର ସିଲେକ୍ସନରେ ରେକର୍ଡ ଭାବରେ ସମ୍ପୂର୍ଣ୍ଣ 2 ମିନିଟ 18 ସେକେଣ୍ଡରେ ସେ ରେସ୍‌ ଶେଷ କରି ବିଜୟୀ ହୋଇଥିଲେ । ବର୍ତ୍ତମାନ ଦିଲ୍ଲୀରେ ତାଙ୍କର ଅଭ୍ୟାସ ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ:Wrestlers Protest: ଚିଠି ମାଧ୍ୟମରେ ସ୍ମୃତି ଇରାନୀଙ୍କ ସମର୍ଥନ ଲୋଡିଲେ କୁସ୍ତି ଯୋଦ୍ଧା

ଏହି ସଫଳତା ନେଇ ସ୍ବସ୍ତି କହିଛନ୍ତି, "୬ ବର୍ଷ ଧରି ଟ୍ରାକ ସାଇକେଲିଂ କରୁଛି । ଏଥିରେ ମନୋନୀତ ହେବା ପାଇଁ ଅନେକ ପରିଶ୍ରମ ପଡ଼ିଛି । ଏସିଆନ ଟ୍ରାକ ସାଇକଲିଂ ଚମ୍ପିଆନସିପ୍‌ ଏକ ନୂଆ ଅନୁଭବ ଦେବ । ଏସିଆନ ଗେମ୍ସ ପୂର୍ବରୁ ଏହି ଚମ୍ପିଆନସିପ ମୋ ପାଇଁ ସହାୟକ ହେବ । ଏଥିରେ ଭଲ ପ୍ରଦର୍ଶନ କରି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିବାକୁ ଲକ୍ଷ୍ୟ ରଖିଛି ।" ତେବେ ସ୍ବସ୍ତିଙ୍କ ଏହି ସଫଳତା ନେଇ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details