ଓଡିଶା

odisha

ETV Bharat / state

ପିତା ମାତାଙ୍କୁ ହରାଇ ବେସାହାରା ତିନି ଭଉଣୀ, ସରକାରୀ ଆବାସ ସାତ ସପନ - ଆବାସ ଯୋଜନା

ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହୋଇ ଜୀବନ ବିତାଉଛନ୍ତି ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ବେହେରାମାଲ ଗାଁର ତିନି ଝିଅ । ମିଳୁନି ଆବାସ ଯୋଜନାରେ ଖଣ୍ଡିଏ ଘର । ଅଧିକ ପଢନ୍ତୁ...

ପିତା ମାତାଙ୍କୁ ହରାଇ ବେସାହାରା ତିନି ଭଉଣୀ, ମଳୁନି ଆବାସ ଯୋଜନାରେ ଘର
ପିତା ମାତାଙ୍କୁ ହରାଇ ବେସାହାରା ତିନି ଭଉଣୀ, ମଳୁନି ଆବାସ ଯୋଜନାରେ ଘର

By

Published : Jun 17, 2021, 9:44 AM IST

ସୁନ୍ଦରଗଡ:ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହୋଇ ଜୀବନ ବିତାଉଛନ୍ତି ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ବେହେରାମାଲ ଗାଁର ତିନି ଝିଅ । 1999ରେ ବାପାଙ୍କୁ ହରାଇଥିବା ବେଳେ 2010ରେ ମା ମଧ୍ୟ ଆରପାରିକୁ ଚାଲିଗଲେ । ଏହା ପରେ ପରିବାରକୁ ମାଡିଥିଲା ଦୁଃଖର କଳା ବାଦଲ । ପରିବାରର ଏବେ ବୋଝ ମୁଣ୍ଡାଉଛନ୍ତି ଘରର ବଡ ଝିଅ । ନିଜ ଦୁଇ ସାନ ଭଉଣୀଙ୍କ ଲାଳନ ପାଳନ କରୁଛନ୍ତି ।

2 ଭଉଣୀଙ୍କ ପେଟକୁ ଭଲରେ ଟିକେ ଖାଦ୍ୟ ମଧ୍ୟ ଦେଇପାରୁ ନାହାନ୍ତି ବଡ ଭଉଣୀ । ପକ୍କା ଘର ଖଣ୍ଡିଏ ପାଇଁ 10ରୁ 12 ବର୍ଷ ହେବ ଗ୍ରାମପଞ୍ଚାୟତରୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ନିକଟକୁ ଦଉଡି ଦଉଡି ନୟାନ୍ତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିପାରିଲା ନାହିଁ । ବଡ ଝିଅ ଭାରତୀ ଘରେ ରୋଷେଇ ଦାୟିତ୍ବ ନେଇଥିବା ବେଳେ ମଝିଆ ଝିଅ ଆରତୀ ଦିନ ମଜୁରିଆ ଭାବେ କାମ କରନ୍ତି । ସେଥିରୁ ଯାହା ଉପାର୍ଜନ କରନ୍ତି ସେତିରେ 3 ଭଉଣୀଙ୍କ ପେଟ ପୁରେ । ସାନ ଭଉଣୀ କିଛି କରିବାର ପଣ ରଖି ସିଲେଇ ଶିଖୁଛନ୍ତି ।

ପିତା ମାତାଙ୍କୁ ହରାଇ ବେସାହାରା ତିନି ଭଉଣୀ, ମଳୁନି ଆବାସ ଯୋଜନାରେ ଘର

ସରାକାରଙ୍କ ଯୋଜନାରୁ ସେମାନଙ୍କୁ ଗତ 5 ବର୍ଷ ତଳେ ରାସନ କାର୍ଡ ଖଣ୍ଡିଏ ମିଳିଛି ହେଲେ ଘର ଖଣ୍ଡିକ ତାଙ୍କ ଭାଗ୍ୟକୁ ଆଜି ପର୍ଯ୍ୟନ୍ତ ଜୁଟୁ ନାହିଁ । ତେବେ ମୁଣ୍ଡ ଗୁଞ୍ଜିବା ପାଇଁ ଚାଳ ନଥିବା ବେଳେ ଜଣେ ସଂପର୍କୀୟ ବଡବାପା ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ନିଜ ଘରୁ ବଖରାଏ ବ୍ୟବହାର କରିବା ପାଇଁ ଦେଇଛନ୍ତି ।

ବେହେରାମାଲର ଏହି ବଢିଲା ଝିଅଙ୍କ ସମସ୍ୟା ନେଇ ଆମେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଜିଲ୍ଲା ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମସ୍ତ ଟାର୍ଗେଟ ପୂରଣ ହୋଇ ଯାଇଛି । ତେବେ ଏହି ନିର୍ଦ୍ଦିଷ୍ଟ ପରିବାର ପାଇଁ ସେ ବ୍ୟକ୍ତିଗତ ସ୍ତରରେ ପଦକ୍ଷେପ ନେଇ ଯେଉଁ ବ୍ୟବସ୍ଥା କରାଯାଇପାରିବ ତାହା କରିବେ ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details