ଓଡିଶା

odisha

ETV Bharat / state

ନାବାଳିକା ଗଣଦୁଷ୍କର୍ମ ମାମଲାର 3 ଦୋଷୀଙ୍କୁ 25 ବର୍ଷ ଜେଲ୍‌ - rourkela minor rape case

ରାଉରକେଲା ନାବାଳିକା ଗଣଦୁଷ୍କର୍ମ ମାମଲାର 3 ଦୋଷୀଙ୍କୁ 25 ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ । ଅଧିକ ପଢ଼ନ୍ତୁ...

ନାବାଳିକା ଗଣ ଦୁଷ୍କର୍ମ ମାମଲାର 3 ଦୋଷୀଙ୍କୁ 25 ବର୍ଷ ଜେଲ୍‌
ନାବାଳିକା ଗଣ ଦୁଷ୍କର୍ମ ମାମଲାର 3 ଦୋଷୀଙ୍କୁ 25 ବର୍ଷ ଜେଲ୍‌

By

Published : Oct 5, 2021, 9:53 PM IST

ସୁନ୍ଦରଗଡ଼:ରାଉରକେଲା ନାବାଳିକା ଗଣଦୁଷ୍କର୍ମ ମାମଲାର 3 ଦୋଷୀଙ୍କୁ 25 ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ । 2015ରେ ରାଉରକେଲା ପୋଲିସ ଜିଲ୍ଲା ରଘୁନାଥ ପାଲି ଥାନା ଅଞ୍ଚଳରେ ଜଣେ 17 ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ । 2015 ମସିହା ମେ 10 ତାରିଖ ସଂଧ୍ୟାରେ ଦୋଷୀମାନେ ଏଭଳି ଏକ ହୀନ କାର୍ଯ୍ୟ କରିଥିଲେ । ପୀଡ଼ିତାଙ୍କ ସାଙ୍ଗକୁ ମାରପିଟ କରି ଧମକଚମକ ଦେବା ସହ ପୀଡ଼ିତା ନାବାଳିକାକୁ ଦୁଷ୍କର୍ମ କରିଥିଲେ ।

ନାବାଳିକା ଗଣ ଦୁଷ୍କର୍ମ ମାମଲାର 3 ଦୋଷୀଙ୍କୁ 25 ବର୍ଷ ଜେଲ୍‌

ଦୁଷ୍କର୍ମ ସହ ପୀଡିତାଙ୍କୁ ହତ୍ୟା ଧମକ ଦେଇଥିଲେ 3 ଦୋଷୀ । ସେହି ସମୟରେ ପୀଡି଼ତାଙ୍କ ବନ୍ଧୁ କୌଶଳ କ୍ରମେ ମୋବାଇଲ ଯୋଗେ ତାର ଅନ୍ୟ ସାଙ୍ଗମାନଙ୍କୁ ଡାକି ଦୁଷ୍କର୍ମକାରୀଙ୍କ ମଧ୍ୟକୁ ଜଣଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଏହାପରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ରଘୁନାଥପାଲି ପୋଲିସ ଏହି ମାମଲାରେ 3 ଜଣ ଦୋଷୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦଣ୍ଡାଦେଶ ପାଇଥିବା ଦୋଷୀମାନେ ହେଉଛନ୍ତି ଶିବୁ କୁମାର ଓରାମ , ଗଣେଶ ସାଣ୍ଡିଲ ଓ ଅଜୟ କୁମାର ପଣ୍ଡା ।

ଦୁଷ୍କର୍ମର ଶିକାର ହେବାପରେ ପୀଡିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ରଘୁନାଥ ପାଲି ପୋଲିସ ରଘୁନାଥପାଲି ଥାନାରେ ଏକ ମାମଲା ରୁଜୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ସେହି ମାମଲରା ବିଚାର କରି ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ପାର୍ଥ ସାରଥି ପଟ୍ଟନାୟକ 12 ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଏହି ରାୟ ଦେଇଛନ୍ତି ।

ଶିବୁ କୁମାର ଓରାମ, ଗଣେଶ ସାଣ୍ଡିଲ ଓ ଅଜୟ କୁମାର ପଣ୍ଡାକୁ 25 ବର୍ଷର ଜେଲଦଣ୍ଡ ସହ 10 ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି । ଏହାସହ ପୀଡ଼ିତାଙ୍କୁ 7 ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କଠାରୁ ଜୋରିମାନା ଅନାଦେୟ ହେଲେ ପ୍ରତ୍ୟେକ ଅଭିଯୁକ୍ତ ଧାରା 376 (D)ରେ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବେ । ପୀଡିତାଙ୍କ ପକ୍ଷରୁୁ ସ୍ୱତନ୍ତ୍ର ସରକାରୀ ଓକିଲ ଦେବାଶିଷ ମିଶ୍ର ଏହି ମାମଲା ଲଢୁଥିଲେ ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details