ଓଡିଶା

odisha

ETV Bharat / state

ହୁଣ୍ଡିବାକ୍ସ ନେଇ ଚୋର ଛୁ - Rourkela

ପାଓ୍ବର ହାଉସ୍ ରୋଡ ସ୍ଥିତ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ମଙ୍ଗଳବାର ଦିନ ସକାଳୁ ହୁଣ୍ଡି ଗାଏବ।ଦାନବାକ୍ସ ନେଇ ଚୋର ଫେରାର।ଶିବରାତ୍ରୀରେ ମିଳିଥିବା ଦାନ ଟଙ୍କା ସେହି ହୁଣ୍ଡିରେ ରହିଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Mar 19, 2019, 11:40 AM IST


ରାଉରକେଲା: ମନ୍ଦିରରେ ବୁଲିଲା କଳ କନା। ଇସ୍ପାତ ସହରର ପାଓ୍ବାର ହାଉସ୍ ରୋଡ ସ୍ଥିତ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ମଙ୍ଗଳବାର ଦିନ ସକାଳୁ ହୁଣ୍ଡି ଗାଏବ ହୋଇଯାଇଥିବା ଖବର ମିଳିଛି। ଦାନବାକ୍ସ ନେଇ ଚୋର ଫେରାର ହୋଇଯାଇଛି।

ତେବେ ଏନେଇ ଉଦିତନଗର ପୋଲିସ ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି। ସୂଚନାଥାଉକି ମହାଶିବରାତ୍ରୀରେ ମିଳିଥିବା ଦାନ ଟଙ୍କା ସେହି ହୁଣ୍ଡିରେ ରହିଥିଲା। ତେଣୁ ଦାନବାକ୍ସରେ ଅଧିକ ଟଙ୍କା ରହିଥିବାର ଅନୁମାନ କରାଯାଉଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details