ରାଉରକେଲା:ଅନଶନରେ ମୁକ୍ତିକାନ୍ତ । ରାଉରକେଲା ସୁପର ସ୍ପେସିଆଲିଟି ହସ୍ପିଟାଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଛନ୍ତି ସମାଜ ସେବୀ ମୁକ୍ତିକାନ୍ତ ବିଶ୍ୱାଳ । ଏଠାରେ ଥିବା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲ ହସ୍ପିଟାଲକୁ ହସ୍ତାନ୍ତର କରାଯାଉଥିବାକୁ ବିରୋଧ କରି ଧାରଣାରେ ବସିଛନ୍ତି ମୁକ୍ତିକାନ୍ତ । ସୁପର ସ୍ପେସିଆଲିଟି ହସ୍ପିଟାଲ ଦାୟିତ୍ୱ AIIMSକୁ ଦିଆଯାଉ ବୋଲି ଦାବି କରିଛନ୍ତି ମୁକ୍ତିକାନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆସି ରାଉରକେଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହେବ ।
ଯେଉଁଥିରେ ଗରିବ ଲୋକେ ସ୍ୱଳ୍ପ ମୂଲ୍ୟରେ ଉଚ୍ଚମାନର ଚିକିତ୍ସା ପାଇପାରିବେ । ଏହାପରେ ରାଉରକେଲାରେ ସ୍ଥାପନ ହେଲା ସୁପର ସ୍ପେସିଆଲିଟି ହସ୍ପିଟାଲ । ଏହାକୁ ଉଦଘାଟନ କରିବା ପାଇଁ ଆସିଥିଲେ ରାଷ୍ଟ୍ରପତି । ହସ୍ପିଟାଲର ଉଦ୍ଦେଶ୍ୟ ଥିଲା ଯେ କିଭଳି ଭାବରେ ଜଣେ ସାଧାରଣ ଲୋକ ଏବଂ ଗରିବ ଲୋକ ନିଜ ଚିକିତ୍ସା ସ୍ୱଳ୍ପ ମୂଲ୍ୟରେ ଉଚ୍ଚମାନର ପାଇପାରିବେ । କିନ୍ତୁ ତାହା ବର୍ତ୍ତମାନ ଫେଲ୍ ମାରିବାକୁ ଯାଉଛି । ଏବେ ଏହା ଆପୋଲ ହସ୍ପିଟାଲ ହାତକୁ ଟେକି ଦିଆଯାଉଛି । ଯାହାକୁ ନେଇ ରାଉରକେଲାବାସୀଙ୍କ ମଧ୍ୟରେ ଅସନ୍ତୋସ ପ୍ରକାଶ ପାଇଛି ।
କାରଣ ଏହି ରାଉରକେଲା ସୁପର ସ୍ପେସିଆଲିଟି ହସ୍ପିଟାଲ ଆପୋଲ ହାତକୁ ଗଲେ ଚିକିତ୍ସାର ଖର୍ଚ୍ଚ ବଢିଯିବ । ଯାହାର ଲାଭ ଉଠାଇବେ କେବଳ ହସ୍ପିଟାଲ କର୍ତ୍ତୃପକ୍ଷ । ଗରିବ ଲୋକେ ଏହାର ଫଳ ଭୋଗିବେ । ଚିକିତ୍ସା ବାବଦରେ ଖର୍ଚ୍ଚ ହେବ ଲକ୍ଷଲକ୍ଷ ଟଙ୍କା । ଯାହା ଜଣେ ସାଧାରଣ ଲୋକ ପାଇଁ କଷ୍ଟକର କଥା । ଏହାକୁ ନେଇ ଆଜି ୧୨ ଘଣ୍ଟିଆ ଧାରଣାରେ ବସିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ଘରୋଇ ସଂସ୍ଥା ଆପୋଲକୁ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ହସ୍ତାନ୍ତର ବିରୋଧ କରି ଏହାକୁ AIIMSକୁ ହସ୍ତାନ୍ତର କରାଯାଉ ବୋଲି ଦାବି କରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । AIIMSକୁ ହସ୍ତାନ୍ତର କଲେ ଏଠାରେ ଜଣେ ଗରିବ ଲୋକଠାରୁ ଆରମ୍ଭ କରି ଧନୀ ଲୋକ ପର୍ଯ୍ୟନ୍ତ ଚିକିତ୍ସା ପାଇ ପାରିବେ । ତାହା ପୁଣି ସ୍ୱଳ୍ପ ମୂଲ୍ୟରେ । ତେଣୁ ଯେପର୍ଯ୍ୟନ୍ତ ଏହି ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଆନ୍ଦାେଳନ ଚାଲିବ ବୋଲି କହିଛନ୍ତି ସମାଜ ସେବୀ ମୁକ୍ତିକାନ୍ତ ।