ଓଡିଶା

odisha

ETV Bharat / state

ସାଲିମାର ଏକ୍ସପ୍ରେସରେ ଧୂଆଁ, 45 ମିନିଟ୍ ବିଳମ୍ବରେ ଗଡିଲା ମୁମ୍ବାଇ- ହାୱଡା ଏକ୍ସପ୍ରେସ

ସାଲିମାର ଲୋକମାନ୍ୟ ତିଲକ (ମୁମ୍ବାଇ- ହାୱଡା ଏକ୍ସପ୍ରେସ୍) ର ବଗି ନଂ-11ରେ ଧୂଆଁ ଦେଖି ଯାତ୍ରୀ ଭୟଭୀତ । ଚେନ ଟାଣି ଟ୍ରେନ ଅଟକାଇଲେ ଯାତ୍ରୀ । 45 ମିନିଟ୍ ବିଲମ୍ବରେ ଗଡିଲା ଏକ୍ସପ୍ରେସ ।

By

Published : May 27, 2019, 1:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସାଲିମାର ଲୋକମାନ୍ୟ ତିଲକ (ମୁମ୍ବାଇ- ହାୱଡା ଏକ୍ସପ୍ରେସ୍) ର ବଗି ନଂ-11 ରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟଭୀତ । ଟ୍ରେନଟି ଚାଲୁଥିବା ସମୟରେ ଯାତ୍ରୀମାନେ ଚେନ୍ ଟାଣି ଲୋଟପାହାଡ ନିକଟରେ ଅଟକାଇଥିଲେ । କିଛି ଲୋକେ ଟ୍ରେନ ଅଟକିବା ପୂର୍ବରୁ ତଳକୁ ମଧ୍ୟ ଭୟରେ ଡେଇଁ ପଡିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସାଲିମାର ଏକ୍ସପ୍ରେସ୍ ପ୍ରାୟ 45 ମିନିଟ୍ ଅଟକିବା ପରେ ଏହାକୁ କର୍ମଚାରୀମାନେ ଠିକ୍ କରାଇଥିଲେ । ହଟ ଏକସେଲ ଯୋଗୁଁ ଟ୍ରେନରୁ ଧୂଆଁ ବାହାରୁଥିବା ସେମାନେ କହିଛନ୍ତି । ପରେ ଏହା 10.30ରେ ପୁନର୍ବାର ଯାତ୍ରା ଆରମ୍ଭ କରିଥିଲା ।

ଧୂଆଁକୁ ଦେଖି ଯାତ୍ରୀମାନେ ଚେନ ଟାଣି ଟ୍ରେନକୁ ଅଟକାଇ ଦେଇଥିବାରୁ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କୁହାଯାଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details