ଓଡିଶା

odisha

ETV Bharat / state

ରାଉରକେଲାରେ ସେକ୍ସ ରାକେଟ ଠାବ: ଘରମାଲିକ ସହ 2 ବଙ୍ଗୀୟ ଯୁବତୀ, 2 ଯୁବକ ଗିରଫ

ସହରର ସେକ୍ଟର-17 ଅଞ୍ଚଳରେ ସେକ୍ସ ରାକେଟ ଠାବ କରିଛି ପୋଲିସ । ଘଟଣାସ୍ଥଳରୁ ଘର ମାଲିକ ସହ 2 ବଙ୍ଗୀୟ ଯୁବତୀ ଓ 2 ଯୁବକଙ୍କୁ ଗିରଫ କରାଯାଇ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

By

Published : Sep 2, 2019, 10:38 AM IST

Updated : Sep 2, 2019, 11:46 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା


ରାଉରକେଲା: ସହରର ସେକ୍ଟର-17 ଅଞ୍ଚଳରେ ସେକ୍ସ ରାକେଟ ଠାବ କରିଛି ପୋଲିସ । ଘଟଣାସ୍ଥଳରୁ ଘର ମାଲିକ ସହ 2 ବଙ୍ଗୀୟ ଯୁବତୀ ଓ 2 ଯୁବକଙ୍କୁ ଗିରଫ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା

ସୂଚନାନୁଯାୟୀ, ସେକ୍ଟର-17 ଅଞ୍ଚଳରେ ଥିବା ଏକ କ୍ବାଟର୍ସରେ ସେକ୍ସ ରାକେଟ ଚାଲିଥିବା ନେଇ ସ୍ଥାନୀୟ ଲୋକମାନେ ସନ୍ଦେହ କରୁଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଆରଏସପିର ଏକ କ୍ବାର୍ଟରରେ ଚଡାଉ କରିଥିଲା ପୋଲିସ । ଚଢାଉ ସମୟରେ 5 ଜଣଙ୍କୁ ଗିରଫ କରାଯାଇଛି ।

ତେବେ କେତେ ଦିନ ଧରି ଏଠାରେ ଏହି ରାକେଟ୍‌ ଚାଲୁଥିଲା ଏବଂ ଏହା ପଛରେ ଆଉ କାହାର ହାତ ରହିଛି ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Sep 2, 2019, 11:46 AM IST

ABOUT THE AUTHOR

...view details