ସୁନ୍ଦରଗଡ଼:ସୁନ୍ଦରଗଡରେ ସ୍କ୍ରବ ଟାଇଫସ ଆତଙ୍କ । ଗତ 24 ଘଣ୍ଟା ମଧ୍ୟରେ ପୁଣି 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 292ରେ ପହଞ୍ଚିଛି । ଆଜି ଜିଲ୍ଲାରେ ପଜିଟିଭ୍ ହାର ୨୭.୦୨ ରହିଛି । ଅନ୍ୟପଟେ ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଓ ରାଜ୍ୟର 6 ଜଣିଆ ଟିମ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ଟିମ୍ ସିଡିଏମଓ, ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଞ୍ଚଳ ଯାଇ ଯାଞ୍ଚ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିବାରେ ଲାଗିଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ତଦନ୍ତ ପାଇଁ ଆଜି(ଶନିବାର) ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ର ଓ ରାଜ୍ୟର 6 ଜଣିଆ ଟିମ । କେନ୍ଦ୍ରୀୟ ଟିମ୍ ସିଡିଏମଓ, ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଞ୍ଚଳ ଯାଇ ଯାଞ୍ଚ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ପୁଣି 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 292ରେ ପହଞ୍ଚିଛି । ଆଜି ଜିଲ୍ଲାରେ ପଜିଟିଭ୍ ହାର ୨୭.୦୨ ରହିଛି । ତେବେ ଜିଲ୍ଲାରେ ପ୍ରଥମେ ଜାନୁଆରି ମାସରେ ପ୍ରଥମ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଥିଲା ।
ପରବର୍ତ୍ତୀ ସମୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ଅଗଷ୍ଟ ମାସରୁ ସଂକ୍ରମଣ ସଂଖ୍ୟା ଉପରମୁହାଁ ରହିଛି । ଗତ ତିନି ଦିନରେ ୪୨ ଜଣ ନୂଆ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ ଗୁରୁବାର ମୋଟ ୪୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶୁକ୍ରବାର ଜିଲ୍ଲାରେ ୭୪ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୨୦ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେହିଭଳି ବୁଧବାର ୬୯ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୩ଟି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।