ଓଡିଶା

odisha

ETV Bharat / state

ବନ୍ଧୁକ ମୁନରେ ୧୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ, ମୁଖ୍ୟ ଅଭିଯୁକ୍ତ ଗିରଫ - ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ରାଉରକେଲାରେ ୨ ଜଣଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ବନ୍ଧୁକ ମୁନରେ ଲୁଟ କରୁଥିଲା ଅଭିଯୁକ୍ତ । ଗିରଫ ଲୁଟେରା ହେଲା ପଶ୍ଚିମବଙ୍ଗ ଜଲପାଇଗୁଡିର ବାଦଲ ଗୋଏଲ । ଅଧିକ ପଢ଼ନ୍ତୁ

ବନ୍ଧୁକ ମୁନରେ ୧୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ବନ୍ଧୁକ ମୁନରେ ୧୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

By

Published : Nov 27, 2022, 7:50 AM IST

ରାଉରକେଲା: ପୋଲିସକୁ ମିଳିଲା ବଡ଼ ସଫଳତା । ୧୯ ଲକ୍ଷ ଟଙ୍କା ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ୨ ଦିନ ମଧ୍ୟରେ ଜଣକ ଠାରୁ ୧୪ ଲକ୍ଷ ଏବଂ ଜଣକ ଠାରୁ ୫ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ବନ୍ଧୁକ ମୁନରେ ଲୁଟ କରୁଥିଲା ଅଭିଯୁକ୍ତ । ଗିରଫ ଲୁଟେରା ହେଲା ପଶ୍ଚିମବଙ୍ଗ ଜଲପାଇଗୁଡିର ବାଦଲ ଗୋଏଲ ।

ବନ୍ଧୁକ ମୁନରେ ଲୁଟ ଘଟଣାର ଲୁଟେରା ଗିରଫ । ରାଉରକେଲାରେ ଦୁଇଟି ସ୍ଥାନରୁ ୧୯ ଲକ୍ଷ ୯୩ ହଜାର ଲୁଟ ଘଟଣାର ମୁଖ୍ୟ ଲୁଟେରାକୁ ପ୍ଲାଣ୍ଟସାଇଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନିକଟରୁ ପୋଲିସ ମାତ୍ର ୩୫ ହଜାର ଟଙ୍କା ଏବଂ ଲୁଟରେ ବ୍ୟବହୃତ ପଲସର ମୋଟର ବାଇକ ଜବତ କରିଛି । ଗତ ୧୪ ତାରିଖରେ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ କର୍ମଚାରୀ ପ୍ରଶାନ୍ତ ବିଶ୍ବାଳଙ୍କୁ ବନ୍ଧୁକ ଦେଖାଇ ୧୪ ଲକ୍ଷ ୯୩ ହଜାର ଟଙ୍କା ଲୁଟି ନେଇଥିଲା ଅଭିଯୁକ୍ତ ।

ବନ୍ଧୁକ ମୁନରେ ୧୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ସୂଚନା ଅନୁସାରେ ପ୍ରଶାନ୍ତ କୋଏଲ ନଗରସ୍ଥିତ ବ୍ୟବସାୟୀଙ୍କ ଘରୁ ଟଙ୍କା ନେଇ ଉଦିତନଗର ଅଫିସକୁ ସ୍କୁଟିରେ ଆସୁଥିଲେ । RMC ଅଫିସ ଠାରୁ ମାତ୍ର ୫୦ ମିଟର ପୂର୍ବରୁ ଗିରଫ ବାଦଲ ଏବଂ ଅନ୍ୟ ଜଣେ ସହଯୋଗୀ ପ୍ରଶାନ୍ତକୁ ଅଟକାଇଥିଲେ ଏବଂ ପ୍ରଶାନ୍ତ ସ୍କୁଟିରୁ ଓହ୍ଲାଇବା ପରେ ବାଦଲ ପ୍ରଶାନ୍ତଙ୍କ ମୁଣ୍ଡରେ ପିସ୍ତଲ ଲଗାଇଥିଲା ଏବଂ ଅନ୍ୟ ଜଣେ ତାଙ୍କ ପେଟରେ ଛୁରି ଲଗାଇ ଟଙ୍କା ବ୍ୟାଗ ନେଇ ପଳାଇଥିଲା । ଘଟଣା ପରଦିନ ୧୫ ତାରିଖରେ ରାଉରକେଲା ଇସ୍ପାତ କାରଖାନା ସାତତାଲା ବିଲ୍ଡିଂ ସମ୍ମୁଖ ରିଙ୍ଗ୍‌ରୋଡ଼ରୁ ଗିରଫ ବାଦଲ ଷ୍ଟିଲ ବ୍ୟବସାୟୀଙ୍କ କର୍ମଚାରୀ ପ୍ରଦୀପ ଜେଲଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲା । ପ୍ରଦୀପ ବିଶ୍ରା ଛକ ନିକଟସ୍ଥ HDFC ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଆଇଡିସି କଳୁଙ୍ଗା କାରଖାନାକୁ ମୋଟରବାଇକରେ ଯାଉଥିଲେ । ତାଙ୍କୁ କଳା ପଲସର ବାଇକରେ ଗିରଫ ଅଭିଯୁକ୍ତ ବାଦଲ ପିଛା କରିଥିଲେ ଏବଂ ସାତତାଲା ବିଲ୍ଡିଂ ସମ୍ମୁଖ ରିଙ୍ଗରୋଡ଼ ଦୁଇ ଯୁବକ ପ୍ରଦୀପକୁ ଅଟକାଇ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ ।

ତେବେ ଅଭିଯୁକ୍ତ ନିକଟରୁ ପୋଲିସ ମାତ୍ର ୩୫ ହଜାର ଟଙ୍କା ଜବତ କରିଥିବାବେଳେ ଅବଶିଷ୍ଟ ଟଙ୍କାକୁ ବାଦଲ କଣ କରିଛି ପୋଲିସ ତାର ଖୋଳତାଡ଼ କରୁଛି । ଏଥିସହ ବାଦଲ ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ଲୁଟରେ ବାଦଲ ବ୍ୟବହାର କରିଥିବା ବନ୍ଧୁକ କେଉଁଠି ଅଛି, ଏହି ସବୁ ଦିଗ ଉପରେ ପ୍ଲାଣ୍ଟସାଇଡ଼ ଏବଂ ଉଦିତନଗର ପୋଲିସ ତଦନ୍ତ କରୁଛି । ତଦନ୍ତ ସରିବାପରେ ହିଁ ସବୁ ତଥ୍ୟ ସାମ୍ନାକୁ ଆସିବ ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details