ଓଡିଶା

odisha

ETV Bharat / state

ଜଳୁଛି ପଶ୍ଚିମ ଓଡ଼ିଶା, ରାଉରକେଲାରେ 40 ଡିଗ୍ରୀ ଡେଇଁଲା ପାରଦ - ରାଉରକେଲାରେ ୪୫ ଡିଗ୍ରୀ ଛୁଇଁଲା ପାରଦ

ଅସହ୍ୟ ତାତିରେ ଜଳୁଛି ରାଉରକେଲା ସହର । ମୁଣ୍ଡଫଟା ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । ଅଧିକ ପଢ଼ନ୍ତୁ

heat wave alert to rourkela
ରାଉରକେଲାରେ ଗ୍ରୀଷ୍ମ ପ୍ରବାହ ଜାରି

By

Published : May 17, 2023, 6:56 PM IST

ରାଉରକେଲାରେ ଗ୍ରୀଷ୍ମ ପ୍ରବାହ ଜାରି

ରାଉରକେଲା: ଟାଇଁଟାଇଁ ଖରା, ଅସମ୍ଭାଳ ତାତି । ଅସହ୍ୟ ଗରମରେ ଜଳୁଛି ପଶ୍ଚିମ ଓଡ଼ିଶା । ପ୍ରଚଣ୍ଡ ଖରାରେ ସିଝୁଛି ରାଉରକେଲା ସହର । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଛି । ଆଜି ରାଉରକେଲା ସହରରେ 40 ଡିଗ୍ରୀ ଛୁଇଁଛି ପାରଦ । ସତେ ଯେମିତି, ତତଲା କଡ଼େଇରେ ଭାଜି ହେଉଛି ରାଉରକେଲା । ସେ ଦିନ ହେଉ କିମ୍ବା ରାତି, ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ସହରବାସୀ ।

ସୁନ୍ଦରଗଡ଼ ଜିଲ୍ଲା ସହ ରାଉରକେଲା ସହର ଏବଂ ବଣାଇ ଓ କୋଇଡା, ରାଜଗାଙ୍ଗପୁର, ବିରମିତ୍ରପୁର ଅଞ୍ଚଳରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି କରୁଛି ଅସ୍ତବ୍ୟସ୍ତ ତାତି ବଢିବା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରି ପକାଉଛି । ସକାଳ ୮ଟାରୁ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡ଼ିଛି । ଏତି ଜରୁରୀ କାମ ଥିଲେ ସାଙ୍ଗରେ ଛତା, ପାଣି ବୋତଲ ଏବଂ ମୁଣ୍ଡରେ ଗାମୁଛା ବାନ୍ଧି ଲୋକେ ବାହାରକୁ ବାହାରୁଛନ୍ତି । ଟାଣ ଖରାରେ ମନକୁ ଟିକିଏ ଫୂର୍ତ୍ତି ଦେବା ସହିତ ଶରୀରକୁ ଆରାମ ଦେବାପାଇଁ ଆଖୁରସ ଏବଂ ସର୍ବତ ଦୋକାନରେ ସମସ୍ତଙ୍କ ଭିଡ଼ ଜମୁଛି । ପ୍ରଚଣ୍ଡ ଖରାରେ ପଇଡ଼ ପାଣି ଟିକିଏ ପିଇ ଲୋକେ ଆଶ୍ବସ୍ତି ଅନୁଭବ କରୁଛନ୍ତି । ଦିିନ ୧୨ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅଧିକାଂଶ ଦୋକନ ବଜାର ବନ୍ଦ ରହୁଥିବାବେଳେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଏତେ ମାତ୍ରାରେ ଗରମ ହେଉଛି ଯେ, ଏସି କିମ୍ବା କୁଲର ମଧ୍ୟ କାମ କରୁନଥିବା କହିଲେ ଚଳେ । ତେଣୁ ପ୍ରଚଣ୍ଡଖରାକୁ ଦୃଷ୍ଟିରେ ରଖି ସହର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ଖରାରେ ବାହାରକୁ ବାହାରିଲେ ସତର୍କ ଅବଲମ୍ବନ କରିବା ପାଇଁ ସତର୍କ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ବୌଦ୍ଧରେ ପଥପ୍ରାନ୍ତ ବନୀକରଣ ଫେଲ୍; ମୁଣ୍ଡଫଟା ଖରାରେ ଅସ୍ତବ୍ୟସ୍ତ ଜନଜୀବନ

ଏନେଇ ଜଣେ ସହରବାସୀ କହିଛନ୍ତି, "ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ସତର୍କ କରାଯାଇଛି । ଅତି ଜରୁରୀ କାମ ନଥିଲେ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ପ୍ରତି ଅଞ୍ଚଳରେ ବୁଲି ଅଂଶୁଘାତ ନେଇ ଲୋକଙ୍କୁ ସଚେତନ କରାଯାଉଛି ।" ଅନ୍ୟପଟେ ସମସ୍ତ ଜରୁରୀକାଳୀନ ପରିସ୍ଥିତି ପାଇଁ ରାଉରକେଲା ପ୍ରଶାସନ ଆଗୁଆ ପ୍ରସ୍ତୁତ ଥିବା କୁହାଯାଇଛି ।"

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details