ଓଡିଶା

odisha

ETV Bharat / state

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଓ ASI ମୃତ୍ଯୁ ମାମଲା: CBI ତଦନ୍ତ ଦାବି କଲା ବିଜେପି ମହିଳା ମୋର୍ଚ୍ଚା - ସହକାରୀ ଜିଲ୍ଲାପାଳ ମୃତ୍ଯୁ ବିଜେପିର ସିବିଆଇ ତଦନ୍ତ ଦାବି

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଏବଂ ମହିଳା ASI ମୃତ୍ୟୁ ମାମଲା । ଦୁଇ ଆଦିବାସୀ ମହିଳା ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସରକାର ଓ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚାର ଦାବି । ଅଧିକ ପଢ଼ନ୍ତୁ

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଓ ASI ମୃତ୍ଯୁ ମାମଲା
ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଓ ASI ମୃତ୍ଯୁ ମାମଲା

By ETV Bharat Odisha Team

Published : Oct 3, 2023, 7:06 PM IST

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଓ ASI ମୃତ୍ଯୁ ମାମଲା

ରାଉରକେଲା: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଏବଂ ମହିଳା ASI ମୃତ୍ୟୁ ମାମଲା। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ତେବେ ରାଉଲକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ଆଦିବାସୀ ମହିଳାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସରକାର ଓ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛି ବିଜେପି ମହିଳା ମୋର୍ଚ୍ଚା ।

ତେବେ ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ଯେ, ସ୍ଥାନୀୟ ପୁଲିସ ଏହି ମୃତ୍ୟୁ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିବାରୁ ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି । ଏହି ଦୁଃଖଦ ଘଟଣାକୁ ନେଇ ସମାଜରେ ଶୋକର ଛାୟା ଖେଳିଯାଇଛି । ସୁସ୍ମିତା ମିଞ୍ଜ ଏବଂ ଆଲିସ ଲୁଗୁନ, ଉଭୟ ଆଦିବାସୀ ମହିଳା ସରକାରୀ ଅଫିସର ଥିଲେ । ସେମାନଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଭୟ ମହିଳାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିବାରୁ ଏଥିରେ କାହାର ସମ୍ପୃକ୍ତି ଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଓ ASI ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଏକାଠି ହେଲେ ଶହ ଶହ ଆଦିବାସୀ

ଯଦି ରାଜ୍ୟରେ ମହିଳା ଅଫିସର ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଆଦିବାସୀ ମହିଳା ମାନେ କେତେ ସୁରକ୍ଷିତ ଥିବେ ବୋଲି ପ୍ରଶ୍ନ କରିଛି ବିଜେପି ମହିଳା ମୋର୍ଚ୍ଚା । ଏହାସହ ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି ଏବଂ ସେମାନଙ୍କ ସୁରକ୍ଷା ଓ ମଙ୍ଗଳ ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି । ଏହାସହ ଦୁଇ ମହିଳା ଅଫିସରଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି ମହିଳା ମୋର୍ଚ୍ଚା । ଏହାସହ ସୁସ୍ମିତା ମିଞ୍ଜ ଓ ଏଲିସ ଲୁଗୁନଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ।

ତେବେ ସିବିଆଇର ଏକ ନିରପେକ୍ଷ ତଦନ୍ତ ସତ୍ୟ ଉନ୍ମୋଚନ କରିବା ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଆବଶ୍ୟକ ବୋଲି ଦାବି ଉଠୁଛି । ସିବିଆଇ ତଦନ୍ତ ଦାବିରେ ସାମାଜିକ କର୍ମୀ, ମହିଳା ଅଧିକାର ସଙ୍ଗଠନ, ସଚେତନ ନାଗରିକଙ୍କ ସମେତ ସମାଜର ବିଭିନ୍ନ ବର୍ଗରୁ ବ୍ୟାପକ ସମର୍ଥନ ମିଳିଛି । ତେବେ ଏହି ଦୁଃଖଦ ମୃତ୍ୟୁର ସଠିକ ତଦନ୍ତ କରିବା ଏବଂ କର୍ତ୍ତୃପକ୍ଷଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଏକ ନିରପେକ୍ଷ ତଦନ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି ମହିଳା ବିଜେପି ମୋର୍ଚ୍ଚା । ଏହାସହ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଫକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି ଏବଂ ଏହି ଟିମ ସୁସ୍ମିତା ମିଞ୍ଜ ଏବଂ ଅଲିସ ଲୁଗୁନ ପରିବାର ସହ ଭେଟି ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରିବ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details