ରାଉରକେଲା: ଗୋରୁ ଚାଲାଣ ରୋକିବା ପାଇଁ ବଜରଙ୍ଗ ଦଳ ପକ୍ଷରୁ ଆରମ୍ଭ ହୋଇଛି ଶୋଭାଯାତ୍ରା । ସହରର ଆରଏମସି କାର୍ଯ୍ୟାଳୟରୁ ବାହାରି ଏସପି ଛକରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ଗୋରୁ ଚାଲାଣ ରୋକିବାକୁ ରାସ୍ତାକୁ ଓହ୍ଲାଇଲା ବଜରଙ୍ଗ ଦଳ - ବଜରଙ୍ଗ ଦଳ
ରାଉରକେଲାରେ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଗୋରୁ ଚାଲାଣ ରୋକିବାକୁ ରାସ୍ତାକୁ ଓହ୍ଲାଇଲେ ବଜରଙ୍ଗ ଦଳ । ଏଥିପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ନକଲେ ନିଜସ୍ବ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଜିଲ୍ଲାର ବିଭିନ୍ନ ଭାଗରେ ଗାଈ ଚାଲାଣ କରାଯାଉଥିବାବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆଇନ ରହିଛି । ହେଲେ ଗୋରୁ ଚାଲାଣ ରୋକିବାର ନାଁ ଧରୁନି । ଫଳରେ ବଜରଙ୍ଗ ଦଳ ଏହାକୁ ପ୍ରତିବାଦ ଜଣାଇ ଶୋଭାଯାତ୍ରାରେ ବାହାରିଛନ୍ତି । ଆଗାମୀ ଦିନରେ ଯଦି ଏ ଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ କରାନଯାଏ, ତେବେ ବଜରଙ୍ଗ ଦଳ ସିଧାସିଧା କାର୍ଯ୍ୟାନୁଷ୍ଠାନ କରିବ ବୋଲି ଚେତାବନୀ ଦେଇଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ