ରାଉରକେଲା: ପାଲଲହଡ଼ା ନିକଟରେ ଜାତୀୟ ରାଜପଥ ନିର୍ମାଣ ଯୋଗୁଁ ରାସ୍ତାରେ ଫସି ଯାଇଛି ଏକ ଟ୍ରଲର । ଫଳରେ ରାତି ତମାମ୍ ଆସୁଥିବା ସମସ୍ତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ରାଉରକେଲା ତଥା ବଣାଇକୁ ଆସୁଥିବା ବସ ଗୁଡିକ ଆସିପାରିନଥିଲେ । ଦୀର୍ଘ ସମୟ ଧରି ଶହ ଶହ ଯାତ୍ରୀ ମଧ୍ୟ ଫସି ରହିଥିଲେ ।
ରାଜପଥରେ ଫସିଲା ଟ୍ରଲର, ଅଟକିଲା ଶହ ଶହ ଯାନବାହାନ
ନିର୍ମାଣଧିନ ରାଜପଥରେ ଅଟକିଲା ମାତ୍ରାଧିକ ଗାଡ଼ି । ଦୀର୍ଘ ସମୟ ଫସିରହିଲେ ଯାତ୍ରୀ ।
ନଫଟୋ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା
ଫସି ରହିଥିବା ଟ୍ରଲରକୁ ଉଦ୍ଧାର କରିବା ପରେ ଆଜି ସକାଳ 8.30ରେ ଗାଡି ଚଳାଚଳ ଆରମ୍ଭ ହୋଇଥିଲା। କିନ୍ତୁ ମାତ୍ରାଧିକ ପରିମାଣର ଯାନବାହାନ ରାସ୍ତାରେ ରହିଥିବାରୁ ସ୍ବାଭାବିକ ହେବାକୁ ବହୁତ ସମୟ ଲାଗିଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ