ରାଉରକେଲା: ବିଗତ 2023 ଶେଷ ବେଳକୁ ରାଉରକେଲା ସହରକୁ ଦୋହଲାଇ ଦେଇଥିଲା ଡାଇରିଆ ଭୟ । ଡାଇରିଆ ବର୍ତ୍ତମାନ କମିଯାଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଭୟ ରହିଛି । କିନ୍ତୁ ଆଜି ଯାଏଁ ଡାଇରିଆର ପ୍ରକୃତ କାରଣ ଜଣା ପଡ଼ିନାହିଁ । ଡାଇରିଆର ପ୍ରକୃତ କାରଣ କାହିଁକି ଲୁଚାଉଛି ପ୍ରଶାସନ ବା କାହିଁକି ଲୋକଙ୍କ ସମ୍ମୁଖରେ ରଖା ଯାଉନାହିଁ ମୂଳ କାରଣ । ତେବେ କିଏ ଏବଂ କାହା ସ୍ଵାର୍ଥରେ ଏହି ସତ୍ୟତାକୁ ଲୁଚାଇ ରଖା ଯାଉଛି ବୋଲି ହୋଇଛି ପ୍ରଶ୍ନ କରିଛନ୍ତି ବିରୋଧୀ ।
ତେବେ ପ୍ରଶାସନ କହୁଛି ଭାଇରୋଲୋଜି ଏବଂ ମଇକ୍ରୋବାୟୋଲୋଜି ବିଭାଗ ସମସ୍ତ ସ୍ଥାନରୁ ସମ୍ପୁଲ ଗ୍ରହଣ କରି ଟେଷ୍ଟ କରାଯାଇଛି । ଖୁବଶୀଘ୍ର ଟେଷ୍ଟ ରିପୋର୍ଟ ଆସିବ । ହେଲେ କେବେ ଆସିବ ଟେଷ୍ଟ ରିପୋର୍ଟ କାହିଁକି ହେଉଛି ବିଳମ୍ବ ତାହା ନେଇ ପ୍ରଶାସନ ପାଖରେ ନାହିଁ ଠୋସ କାରଣ । ତେବେ ଲୋକଙ୍କ ଅଭିଯୋଗ ଯେ ଏହି ରୋଗ ୱାଟକ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଣି ଯୋଗୁ ହୋଇଛି । ସହରର ଅନେକ ସ୍ଥାନରେ ପାଇପ ଫାଟିଥିବା ବେଳେ ପାଇପ ଦେଇ ପାଣି ପ୍ରବାହିତ ହୋଇଛି ସେଥିପାଇଁ ଡ୍ରେନ ପାଣି ମିଶିଥିବାରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ତେବେ ଡାଇରିଆ ଏବଂ ହଇଜା ଆତଙ୍କ ହେବାରୁ ପାଇପ ଫାଟି ଥିବା ୧୦୦ରୁ ଉର୍ଦ୍ଧ୍ବ ସ୍ଥାନରେ ମରାମତି ହୋଇଛି ।
ତେବେ ଏଠାରେ ୱାଟକ ଅଧିକାରୀ ଏଭଳି ସମ୍ବେଦନଶୀଳ ଅବସ୍ଥା ପହଞ୍ଚିବା ଯାଏ କାହିଁକି ଚୁପ ବସି ରହିଥିଲେ । ଯଦି ପାଇପ ଫାଟିଥିଲା ତେବେ ୱାଟକ ଅଧିକାରୀ କାହିଁକି ସଜାଗ ହେଲେ ନାହିଁ କାହିଁକି । ଯାଦ୍ୱାରା ଏହି ଭଳି ସ୍ଥିତି ଉପୁଜିଲା । ବର୍ତ୍ତମାନ ଏଭଳି ପ୍ରଶ୍ନ ଘେରରେ ବାନ୍ଧି ହୋଇଛି ପ୍ରଶାସନ । ପାନୀୟ ଜଳ ସହ ଖାଦ୍ୟକୁ ମଧ୍ୟ ଯାଞ୍ଚ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କାହିଁକି ଆସୁନାହିଁ ଏହି ପାଣି ବା ଖାଦ୍ୟ ଯାଞ୍ଚର ରିପୋର୍ଟ । କେଉଁଠି ରହିଛି ତ୍ରୁଟି ୱାଟକର ପାଣିରେ ନା ସହରର ମିଳୁଥିବା ଖାଦ୍ୟରେ । ତାହା ବର୍ତ୍ତମାନ ଜଣାପଡିନାହିଁ । ଫଳରେ ଲୋକେ ସରକାରଙ୍କୁ କରୁଛନ୍ତି ପ୍ରଶ୍ନ କରୁଛନ୍ତି ।