ସୁନ୍ଦରଗଡ଼: ବିକାଶ ଭବନ ପରିସରରେ ଝାରସୁଗୁଡା, ରାଉରକେଲା ଓ ସୁନ୍ଦରଗଡ ଆରଟିଓଙ୍କୁ ନେଇ ‘ରକ୍ଷକ’ ପ୍ରଶିକ୍ଷଣ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଦୁଇ ଦିନିଆ ତାଲିମ ଶିବିରରେ ତାଲିମ ଦେବେ ଦିଲ୍ଲୀର ଦୁଇ ଜଣ ମାଷ୍ଟର ଟ୍ରେନର । ‘ରକ୍ଷକ’ ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଜୀବନ ରକ୍ଷା କରିବା ।
ସଡ଼କ ଦୁର୍ଘଟଣାଜନିତ ଆହତଙ୍କୁ ତୁରନ୍ତ ନିକଟତମ ଚିକିତ୍ସାଳୟକୁ ପହଞ୍ଚାଇବା, ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ନେଇ ଏହି ଅଭିଯାନରେ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରଶିକ୍ଷଣ ଶିବିରରେ ତିନୋଟି ଯାକ ଆଞ୍ଚଳିକ ପରିବହନ କ୍ଷେତ୍ରରେ ଥିବା ବ୍ଲାକ ସ୍ପଟ ଚିହ୍ନଟ କରାଯାଇଛି । ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଥିବା ସେହି ସବୁ ଅଞ୍ଚଳର ଲୋକଙ୍କୁ ରକ୍ଷକ ଅଭିଯାନରେ ସାମିଲ କରାଯାଉଛି ।