ସୁନ୍ଦରଗଡ:ରାଜଗାଙ୍ଗପୁରରେ ବ୍ରାଉନସୁଗାର ପରେ ଏବେ ମଦ ଉପରେ ପୋଲିସର ତୀକ୍ଷ୍ନ ନଜର । ଗତକାଲି ବିଳମ୍ବିତ ରାତିରେ ପୋଲିସ ଓ ଅବକାରୀ ବିଭାଗ ୬ ଟି ଢାବା ଉପରେ ଏକ କାଳୀନ ଚଢାଉ କରି ୧୧୪ ଲିଟର ଦେଶୀମଦ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି । ପୋଲିସ ୬ ଜଣ ଢାବା ମାଲିକଙ୍କୁ ଗିରଫ କରିଥିବା ଆଜି ଏହି ଅଭିଯୁକ୍ତମାନଙ୍କ ବିରୋଧରେ ରାଜ୍ୟ ଏକ୍ସସାଇଜ ଆକ୍ଟର ଦଫା – 52 ( a) ( i) ବୁକ୍ କରିଛି ।
ରାଜଗାଙ୍ଗପୁର ପୋଲିସର ଚଢାଉ; ବିପୁଳ ପରିମାଣର ମଦ ଜବତ, ୬ ଗିରଫ - ମଦ
ପୋଲିସ ଓ ଅବକାରୀ ବିଭାଗ ୬ଟି ଢାବା ଉପରେ ଏକକାଳୀନ ଚଢାଉ କରି ୧୧୪ ଲିଟର ଦେଶୀମଦ ଜବତ କରିଛି । ଅଧିକ ପଢନ୍ତୁ...
ରାଜଗାଙ୍ଗପୁର ପୋଲିସର ଚଢାଉ
ଗିରଫ ଅଭିଯୁକ୍ତ ହେଉଛନ୍ତି ବିକାଶ ମଣ୍ଡଳ , ପ୍ରଫୁଲ୍ଲ ମହାନନ୍ଦିଆ , ହିରନମୟୀ କୁଣ୍ଡୁ ,ଜ୍ଞାନ ରଂଜନ ଗଡନାୟକ , ବିର୍ଛା ସିଂ ଓ ସୋନି ପଟେଲ । ଏମାନଙ୍କୁ ଗିରଫ କରିବାପାଇଁ ରାଜଗାଙ୍ଗପୁର ଏସଡିପିଓ ୬ଟି ସ୍ୱତନ୍ତ୍ର ଟିମ ଗଠନ କରି ଚଢାଉ କରିଥିଲା । ନିଶା କାରବାର ରୋକିବାକୁ ପୋଲିସର ଏପରି ପ୍ରୟାସକୁ ରାଜଗାଙ୍ଗପୁରବାସୀ ପ୍ରଶଂସା କରିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ