ଓଡିଶା

odisha

ETV Bharat / state

ପ୍ଲାଷ୍ଟିକମୁକ୍ତ ହେବ ସୁନ୍ଦରଗଡ, ବେଆଇନ ପଲିଥିନ ପ୍ରସ୍ତୁତ କାରଖାନାରେ ଚଢାଉ

ପଲିଥିନମୁକ୍ତ ହେବ ଜିଲ୍ଲା । ଏନେଇ ବିରମିତ୍ରପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବେଆଇନ ପଲିଥିନ ପ୍ରସ୍ତୁତ କରୁଥିବା କାରଖାନା ଉପରେ ଚଢ଼ାଉ କରାଯାଇଛି ।

By

Published : Jun 18, 2019, 7:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ପଲିଥିନ ବ୍ୟବହାର ନେଇ ବାରମ୍ବାର ସଚେତନ କରିବା ସତ୍ତ୍ବେ ବି ପଲିଥିନ ବ୍ୟବହାର କମିବାର ନାଁ ନେଉନି । ତେଣୁ ଆଉ ବୁଝାସୁଝା ନୁହେଁ ଏଥର ଆକ୍ସନ ମୁଡରେ ପ୍ରଶାସନ । ସୁନ୍ଦରଗଡ଼କୁ ପଲିଥିନ ମୁକ୍ତ କରିବା କ୍ରମରେ ମଙ୍ଗଳବାର ଦିନ ବିରମିତ୍ରପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବେଆଇନ ପଲିଥିନ ପ୍ରସ୍ତୁତ କରୁଥିବା କାରଖାନା ଉପରେ ଚଢ଼ାଉ କରାଯାଇଥିଲା । ଯେଉଁଥିରେ 1 ଟନରୁ ଉର୍ଦ୍ଧ୍ବ ନିଷିଦ୍ଧ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଆଦି ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ବିରମିତ୍ରପୁର ପୌରପାଳିକାର ଅଧିକାରୀ, ମାଜିଷ୍ଟ୍ରେଟ, ପୋଲିସ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା । ତେବେ ଜିଲ୍ଲାକୁ ପଲିଥିନ ମୁକ୍ତ କରିବାକୁ ଆଗକୁ ଏପରି ଚଢାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।


ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details