ସୁନ୍ଦରଗଡ:ଫାଇଲେରିଆ ନିରାକରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଶୁଭାରମ୍ଭ କରିଛନ୍ତି ।
ଲେଫ୍ରିପଡା ବ୍ଲକ ସୁରୁଗଡ଼ା ସିପିଜିପି ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଏବଂ ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏହା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପୀ ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ । ଏ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହିତ ସ୍ବେଚ୍ଛାସେବୀମାନେ ଘର ଘର ବୁଲି ଡିଇସି ଏବଂ କୃମିନାଶକ ଆଲବେଣ୍ଡାଜଲ୍ ବଟିକା ଖାଇବାକୁ ଦେବେ ।