ଓଡିଶା

odisha

ETV Bharat / state

ସହିଦ ପ୍ରଦୀପ ପଣ୍ଡାଙ୍କୁ କୀର୍ତ୍ତି ଚକ୍ର, ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କଲେ ସହିଦଙ୍କ ପତ୍ନୀ

ସହିଦ ପ୍ରଦୀପ ପଣ୍ଡାଙ୍କୁ ସମ୍ମାନିତ । ଆଜି ରାଷ୍ଟ୍ରପତି ଭବନରେ ସହିଦ ସହିଦ ପ୍ରଦୀପ ପଣ୍ଡାଙ୍କ ପତ୍ନୀ ମିନତି ପଣ୍ଡାଙ୍କୁ ରାଷ୍ଟ୍ରପତି କୀର୍ତ୍ତି ଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ।

By

Published : Mar 19, 2019, 6:50 PM IST

ଫଟୋ ସୌଜନ୍ୟ: ଟ୍ୱିଟର@rashtrapatibhvn

ରାଉରକେଲା: ସହିଦଙ୍କୁ ସମ୍ମାନ । ଆଜି( ମଙ୍ଗଳବାର) ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁରର ସହିଦ ପ୍ରଦୀପ ପଣ୍ଡାଙ୍କ ପତ୍ନୀ ମିନତି ପଣ୍ଡାଙ୍କୁ ରାଷ୍ଟ୍ରପତି କୀର୍ତ୍ତି ଚକ୍ର ସମ୍ମାନ ପ୍ରଦାନ କରିଛନ୍ତି । ଏହି ସମ୍ମାନ ଗ୍ରହଣ କରିବା ପରେ ବେଶ କିଛି ସମୟ ଭାବୁକ ହୋଇଯାଇଥିଲେ ସହିଦଙ୍କ ପତ୍ନୀ ।

ଗତ 2017 ମସିହା ଡିସେମ୍ବର 31 ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରଦୀପ ପଣ୍ଡା ସହିଦ ହୋଇଥିଲେ । ଆଜି ରାଷ୍ଟ୍ରପତି ଭବନରେ ସହିଦଙ୍କ ପତ୍ନୀଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଥିଲେ । ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ ସମୟରେ ସେ କିଛି ସମୟ ପାଇଁ ଭାବୁକ ହୋଇପଡିଥିଲେ । ଅନ୍ୟପଟେ ଓଡିଆ ବୀର ପୁଅକୁ ସମ୍ମାନିତ କରାଯିବା ପରେ ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details