ସୁନ୍ଦରଗଡ:ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଜାମାପାଲି ବାଇପାସରୁ ପ୍ରାୟ ୪୧୬କେଜି ୩୦୦ ଗ୍ରାମର ଗଞ୍ଜେଇ ଓ ଗାଡି ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ରାଜଗାଙ୍ଗପୁର ପୋଲିସ । ଜବତ ଗଞ୍ଜେଇର ବଜାର ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ସୂଚନାମୁତାବକ, ରାଜଗାଙ୍ଗପୁର ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା। ଓଡିଶାରୁ ଝାଡଖଣ୍ଡ ଗାଡ଼ିରେ ଗଞ୍ଜେଇ ଯାଉଥିବା ଖବର ପାଇଥିଲା ପୋଲିସ । ପିକଅପ ଗାଡିରେ ଗାଜର ଓ ମଟରଚଣା ରଖି ଭିତରେ ଗଞ୍ଜେଇ ଭର୍ତ୍ତି କରି ନେଉଥିଲେ ଦୁବୃର୍ତ୍ତ । ଏ ନେଇ ଖବର ପାଇ ରାଜଗାଙ୍ଗପୁର ଜାମାପାଲି ବାଇପାସ ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲେ । ଏଥିରେ ୪୧୬କେଜି ୩୦୦ଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ଟି ଗାଡିକୁ ଜବତ କରିଛି ରାଜଗାଙ୍ଗପୁର ପୋଲିସ ।