ଓଡିଶା

odisha

ETV Bharat / state

Lawyers Agitation: ରାଉରକେଲା ଓକିଲ ସଂଘର ସତ୍ୟାଗ୍ରହ

ସମ୍ବଲପୁର ଓକିଲ ସଂଘର ଆନ୍ଦୋଳନ ଜାରି । ପଶ୍ଚିମ ଓଡିଶା ସମେତ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଂଘର ଆନ୍ଦୋଳନ ଜାରି ରହିଛି । ସଂଘ ସର୍ବୋଚ୍ଚ ଅଦାଲତଙ୍କ ଚେତାବନୀକୁ ମାନିନାହିଁ । ନିଜର ଦାବି ହାସଲ ପାଇଁ ପଶ୍ଚିମ ଓଡିଶା ଓକିଲ ସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ରାଉରକେଲା ଓକିଲ ସଂଘ ମଧ୍ୟ ସତ୍ୟାଗ୍ରହ କରିଛି । ଅଧିକ ପଢନ୍ତୁ

By

Published : Dec 12, 2022, 6:47 PM IST

Updated : Dec 12, 2022, 7:13 PM IST

Lawyers Agitation: ରାଉରକେଲା ଓକିଲ ସଂଘର ସତ୍ୟାଗ୍ରହ
Lawyers Agitation: ରାଉରକେଲା ଓକିଲ ସଂଘର ସତ୍ୟାଗ୍ରହ

Lawyers Agitation: ରାଉରକେଲା ଓକିଲ ସଂଘର ସତ୍ୟାଗ୍ରହ

ରାଉରକେଲା: ପଶ୍ଚିମ ଓଡିଶା ସମେତ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଂଘର ଆନ୍ଦୋଳନ ଜାରି ରହିଛି । ସଂଘ ସର୍ବୋଚ୍ଚ ଅଦାଲତଙ୍କ ଚେତାବନୀକୁ ମାନିନାହିଁ । ନିଜର ଦାବି ହାସଲ ପାଇଁ ପଶ୍ଚିମ ଓଡିଶା ଓକିଲ ସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ରାଉରକେଲା ଓକିଲ ସଂଘ ମଧ୍ୟ ସତ୍ୟାଗ୍ରହ କରିଛି ।

ରାଉରକେଲା ଓକିଲ ସଂଘ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ବିରୋଧ କରିବା ସହ ଓକିଲଙ୍କ ଦାବି ଆପତ୍ତି ରାଜ୍ୟ ବାର କାଉନସିଲ ଓ ସୁପ୍ରିମକୋର୍ଟ ବାର କାଉନସିଲ ସଠିକ ଭାବେ ଉପସ୍ଥାପନା କରିନାହିଁ । ସେହିପରି ରାଜ୍ୟ ବାର କାଉନସିଲର ବୈଧତାକୁ ନେଇ ମଧ୍ୟ ସଂଘ ପ୍ରଶ୍ନ ଉଠାଇଛି । ସୁ୍ପ୍ରିମକୋର୍ଟ ଦେଇଥିବା ଚେତବାନୀକୁ ବିରୋଧ କରି ଆଜି ସାରା ରାଜ୍ୟରେ ଶାନ୍ତି ପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଛନ୍ତି ଆଇନଜୀବି । ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ରାଉରକେଲା ଓକିଲ ସଂଘ ।

ସୂଚନାଯୋଗ୍ଯ ଯେ ଦେଶର ବିଭିନ୍ନ ପ୍ରାନ୍ତ ସମେତ ଓଡିଶାର ଓକିଲ ଆନ୍ଦୋଳନକୁ ନେଇ ସର୍ବୋଚ୍ଚ ଅଦାଲତ କଡା ଆଭିମୁଖ୍ୟ ରଖିଥିଲେ । ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ ସହ ଆବଶ୍ୟକ ସ୍ଥଳେ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ବେ ବିଭିନ୍ନ ଓକିଲ ସଂଘ ନିଜ ଆଭିମୁଖ୍ୟରେ ଅତୁଟ ରହିଛି ।

ଆଜି ଏହି ପ୍ରସଙ୍ଗରେ ପୁଣି ଥରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲାର ଶୁଣାଣି କରି କୋର୍ଟ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ସମ୍ବଲପୁର ଆଇଜିଙ୍କ ବିରୋଧରେ ବର୍ଷିବା ସହ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲ

Last Updated : Dec 12, 2022, 7:13 PM IST

ABOUT THE AUTHOR

...view details