ରାଉରକେଲା: ସରକାରୀ ସୁବିଧା ନ ଦେଲେ ମିଳିବନି ଭୋଟ । ନିର୍ବାଚନ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଉଛନ୍ତି ରାଜନେତା । ସବୁ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା ଦେଉଛନ୍ତି । କିନ୍ତୁ ଭୋଟ ପାଇବା ପରେ ପଚାରୁଛନ୍ତି ତମେ କିଏ । ତେବେ ଏଭଳି ପରିସ୍ଥିତିକୁ ଆଖିରେ ରଖି ଭୋଟ ବର୍ଜନର ରାସ୍ତା ଆପଣାଇଛନ୍ତି ରାଉରକେଲା ମୁଖ୍ୟ ସହରର ଶୀତଲପଡା ବସ୍ତି ବାସିନ୍ଦା ।
ସରକାରୀ ସୁବିଧା ନଦେଲେ ମିଳିବନି ଭୋଟ, ଧମକ ଦେଲେ ବସ୍ତିବାସିନ୍ଦା
ସରକାରୀ ସୁବିଧା ନ ଦେଲେ ମିଳିବନି ଭୋଟ । ଧମକ ଦେଲେ ରାଉରକେଲା ମୁଖ୍ୟ ସହରର ଶୀତଲପଡା ବସ୍ତିବାସିନ୍ଦା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ମୁଖ୍ୟ ସହରର ଶୀତଲପଡା ଅଞ୍ଚଳରେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି ବସ୍ତି ବାସିନ୍ଦା । ପ୍ରଥମେସେମାନେ ଆଇ ୱାର୍ଡ ନମ୍ବର 17ରେ ରହୁଥିଲେ । ଏବେ ସେମାନେ ମହାନଗର ନିଗମରେ ରହୁଛନ୍ତି । ତେବେ କୌଣସି ସରକାରୀ ସୁବିଧା କି ସ୍କିମ ଏଠାରେ ଲାଗୁ ନ ହେବା ଯୋଗୁଁ ନାରାଜ ଅଛନ୍ତି ବସ୍ତିବାସିନ୍ଦା । ତାଙ୍କ ଭୋଟର କିଛି ମହତ୍ତ୍ୱ ନାହିଁ । ତେଣୁ ଏଥର ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ରୋକଠୋକ ଭାବରେ ଜଣାଇ ଦେଇଛନ୍ତି ସେମାନେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ