ରାଉରକେଲା: ହତ୍ୟା ଧମକ ଓ ଗୁଳି ଚାଳନା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବଡଗାଁ ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ଠାରୁ ଗୋଟିଏ ରିଭଲଭର ଜବତ କରାଯାଇଛି ।
ଗତ ଡିସେମ୍ବର 7 ତାରିଖରେ ଦୀପକ କୁମାର ବିଶି ନାମକ ବ୍ୟକ୍ତି ଅଶୋକ କୁମାର ଅଗ୍ରୱାଲଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ତାଙ୍କୁ ଗୁଳି ଚାଳନା କରିଥିଲେ । ତେବେ ସୌଭାଗ୍ୟବଶତଃ ଅଶୋକ ଅଗ୍ରୱାଲ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ସେପଟେ ଏହି କାଣ୍ଡ ଘଟଣାଇ ଅଭିଯୁକ୍ତ ଦୀପକ ଫେରାର ହୋଇଥିଲା ।