ଓଡିଶା

odisha

By

Published : Sep 3, 2019, 9:04 PM IST

ETV Bharat / state

କେନାଲରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

କେନାଲରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ କଲେଇପୋଷ ନାଳରେ ବୁଡି ବୃଦ୍ଧ ମୃତ । ଲହୁଣୀପଡା ଥାନା ଅନ୍ତର୍ଗତ କଲେଇପୋଷ ଗ୍ରାମର ସନ୍ତୋଷ ସଏ(60) ମଙ୍ଗଳବାର କେନାଲକୁ ଗାଧୋଇବାକୁ ଯାଇଥିଲେ । ଗୋଡ଼ ଖସିଯିବା ଫଳରେ ବୁଡ଼ି ଯାଇଥିଲେ ସନ୍ତୋଷ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ବୃଦ୍ଧଙ୍କ ମୃତଦେହ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ମୃତକଙ୍କ ପରିବାରକୁ ଖବର ଦେଇଥିଲେ । ଖବର ପାଇ ଲହୁଣିପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚାଲୁ ରଖିଛି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ନାଥ, ଇଟିଭି ଭାରତ

ABOUT THE AUTHOR

...view details