ଓଡିଶା

odisha

ETV Bharat / state

FIH Hockey Pro League: ଅଫଲାଇନ ଟିକେଟ ବିକ୍ରି ଆରମ୍ଭ , ଖରାକୁ ଖାତିର ନକରି ଟିକେଟ କିଣିଲେ ହକିପ୍ରେମୀ

ଓଡ଼ିଶା FIH ହକି ପ୍ରୋ-ଲିଗ ମ୍ୟାଚ ଲାଗି ସୋମବାର ଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି । ଖରାକୁ ଖାତିର ନକରି ଲମ୍ବା ଲାଇନରେ ଠିଆ ହୋଇ ଟିକେଟ କିଣିଲେ ହକିପ୍ରେମୀ । ଅଧିକ ପଢ଼ନ୍ତୁ

By

Published : Mar 7, 2023, 7:37 AM IST

FIH Hockey Pro League
FIH Hockey Pro League

ଅଫଲାଇନ ଟିକେଟ ବିକ୍ରି ଆରମ୍ଭ

ରାଉରକେଲା:ଆସନ୍ତା ୧୦ ତାରିଖରେ ରାଉରକେଲାର ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଓଡ଼ିଶା FIH ହକି ପ୍ରୋ-ଲିଗ ମ୍ୟାଚ ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ସୋମବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ଯେଉଁଭଳି ଭାବରେ ବିଶ୍ବକପରେ ଟିକେଟ ନେବାକୁ ହକିପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା, ସୋମବାର ମଧ୍ୟ ଏହାର ସମାନ ସ୍ଥିତି ପରିଲକ୍ଷିତ ହୋଇଥିଲା । ଖରାକୁ ଖାତିର ନକରି ସକାଳ ୬ଟାରୁ ଧାଡ଼ିରେ ଲାଗି ଟିକେଟ ପାଇଁ ଅପେକ୍ଷା କରିଥିଲେ ହକିପ୍ରେମୀ । ତେବେ ପ୍ରଥମ ଦିନରେ ଟିକେଟ ନପାଇ ବହୁ ଆଶାୟୀ ଫେରି ଯାଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ ଇଣ୍ଡୋନେସିଆ ଗାନ୍ଧୀ ! ବାଲିରେ ବାଲିଯାତ୍ରା କରିବାକୁ ରାଜ୍ୟପାଳଙ୍କୁ ଦେଲେ ପ୍ରସ୍ତାବ

ଓଡ଼ିଶା FIH ହକି ପ୍ରୋ-ଲିଗ ପାଇଁ ରାଉରକେଲା ସହର ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି । ଲୋକଙ୍କ ମନରେ ପୁଣି ହକି ପାଇଁ ଉତ୍କଣ୍ଠା ଜାଗ୍ରତ ହୋଇଛି ।ଆସନ୍ତା ୧୦ ତାରିଖ ଦିନ ପ୍ରଥମ ମ୍ୟାଚରେ ଭାରତୀୟ ହକି ପୁରୁଷ ଦଳ ଜର୍ମାନୀକୁ ଭେଟିବ । ବିଶ୍ବକପ ମ୍ୟାଚ ଭଳି ହକି ପ୍ରୋ-ଲିଗରେ ବି ଦର୍ଶକଙ୍କ ପ୍ରବଳ ଭିଡ଼ ଜମିବ ବୋଲି ଆଶା କରାଯାଉଛି । ରାଜ୍ୟର କୋଣ ଅନୁକୋଣରୁ ହକିପ୍ରେମୀ ଆସି ଭିଡ଼ରେ ଲାଇନ ଲାଗି ଟିକେଟ ନେଉଛନ୍ତି । କେବଳ ଯୁବବର୍ଗ ନୁହଁନ୍ତି, ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ହକି ଦେଖିବାକୁ ଉତ୍କଣ୍ଠା ବଢି ଚାଲିଛି । ଅଫଲାଇନ ଟିକେଟ କାଉଣ୍ଟର ଦିନ ୧୧ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଟିକେଟ ବିକ୍ରି ଚାଲୁ ରହିବ । ପୂର୍ବରୁ ଅଲନାଇଲ ଟିକେଟ ବିକ୍ରି ଶେଷ ହୋଇଥିବାବେଳେ ସୋମବାରଠାରୁ ଅଫଲାଇନ ଟିକେଟ ଆରମ୍ଭ ହୋଇଛି । ଆସନ୍ତା ୮ତାରିଖ ହୋଲି ଥିଵାରୁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରିବା ପାଇଁ ନିଷ୍ପତ୍ତି ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ:Adani Group Row: ଆଦାନୀ ଗ୍ରୁପ୍ ଆର୍ଥିକ ଜାଲିଆତି ନେଇ କଂଗ୍ରେସର ଗଣବିକ୍ଷୋଭ, ୧୩ରେ ବିଶାଳ ରାଲି

ଆସନ୍ତା ୧୦ ତାରିଖରେ ପ୍ରଥମ ମ୍ୟାଚରେ ଭାରତ ଓ ଜର୍ମାନୀ ମଧ୍ୟରେ ସନ୍ଧ୍ୟା ୭ଟାରୁ ମ୍ୟାଚ ଆରମ୍ଭ ହେବ । ଏହାପରେ ୧୧ ତାରିଖ ଦିନ ଜର୍ମାନୀ- ଅଷ୍ଟ୍ରେଲିଆ, ୧୨ ତାରିଖ ଭାରତ- ଅଷ୍ଟ୍ରେଲିଆ, ୧୩ ତାରିଖ ଭାରତ-ଜର୍ମାନୀ, ୧୪ ତାରିଖ ଜର୍ମାନୀ-ଅଷ୍ଟ୍ରେଲିଆ ଏବଂ ୧୫ ତାରିଖ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ । ସମସ୍ତ ଟିମ୍‌ ଉଭୟ ସହ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details