ଓଡିଶା

odisha

ETV Bharat / state

ଏଣିକି ଦହି ଦ୍ବାରା ହେବ ରକ୍ତଚାପର ସମାଧାନ !

ରାଉରକେଲା NITର ପ୍ରଫେସର ଡା. ଆର ଜୈବାଲମ ତାଙ୍କର ଟିମ ସହିତ ଏହା ଅନୁସନ୍ଧାନ କରିଛନ୍ତି । ଏହା ଲ୍ୟାବରେ ପ୍ରମାଣିତ ହୋଇଛି କିନ୍ତୁ ପଶୁ କିମ୍ବା ମଣିଷ ଉପରେ ଏହାର ପ୍ରୟୋଗ ଶୀଘ୍ର କରାଯିବ ବୋଲି ପ୍ରଫେସର ସୂଚନା ଦେଇଛନ୍ତି ।

By

Published : Feb 10, 2019, 7:39 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସାଧାରଣତଃ ଦହି ଖାଇବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ । କିନ୍ତୁ ଏବେ ରକ୍ତଚାପ ଜନିତ ରୋଗର ସମାଧାନ କରିବ ଦହି । ଏନେଇ ଦୀର୍ଘ ଦିନ ଧରି ଗବେଷଣା ଚାଲିଥିବାବେଳେ ଏବେ ଏହାର ସମାଧାନ ମିଳିଛି । ରାଉରକେଲା NITର ପ୍ରଫେସର ଡା. ଆର ଜୈବାଲମ ତାଙ୍କର ଟିମ ସହିତ ଏହା ଅନୁସନ୍ଧାନ କରିଛନ୍ତି । ଏହା ଲ୍ୟାବରେ ପ୍ରମାଣିତ ହୋଇଛି କିନ୍ତୁ ପଶୁ କିମ୍ବା ମଣିଷ ଉପରେ ଏହାର ପ୍ରୟୋଗ ଶୀଘ୍ର କରାଯିବ ବୋଲି ପ୍ରଫେସର ସୂଚନା ଦେଇଛନ୍ତି ।

ତେବେ କ୍ଷୀର, ସୋୟା କ୍ଷୀର ତଥା ଗ୍ରୀନ-ଟି ମିଶାଇ ଦହି ତିଆରି କରି ଏହାକୁ ଖାଇଲେ ରକ୍ତଚାପ ସହିତ ବହୁତ ରୋଗର ଚିକିତ୍ସା ହୋଇପାରେ । ଏହାର ସ୍ବାଦ ପିତା ରହିଲେ ସୁଦ୍ଧା ଏହା ସ୍ୱାସ୍ଥ୍ୟ ପାଇଁ ଭଲ ରହିବ। ଏହାସହ ଦହିରୁ ବାହାରୁଥିବା ବ୍ୟାକ୍ଟେରିଆ ଦ୍ବାରା ଅନେକ ରୋଗ ଭଲ ହୋଇଥାଏ ବୋଲି କହିଛନ୍ତି ଏନଆଇଟିର ଅନୁସନ୍ଧାନକର୍ତ୍ତା । ବହୁତ ଦିନ ଧରି NIT ଲାବ୍ରୋଟୋରୀରେ ଏହାର ପରୀକ୍ଷା ପରେ ଏହି ଅନୁସନ୍ଧାନକାରୀ ଦଳ ଏହି କାମରେ ସଫଳ ହୋଇଛନ୍ତି ।

ଏହି ଦହିର ପ୍ରୟୋଗ ବହୁତ ଶୀଘ୍ର ମଣିଷ ଉପରେ ପ୍ରୟୋଗ କରାଯିବ ବୋଲି ଟିମର ମୁଖ୍ୟ କହିଛନ୍ତି । ଏହି ସଫଳତାକୁ ନେଇ ଅନୁସନ୍ଧାନକାରୀ ଦଳର କର୍ତ୍ତାମାନେ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details