ଓଡିଶା

odisha

ETV Bharat / state

ସୁନ୍ଦରଗଡରେ ମୋଦିଙ୍କ ସମ୍ବଲପୁରୀ ଭାଷଣ

ଓଡିଶାରେ ମୋଦି । ସୁନ୍ଦରଗଡ କିରେଇରୁ ମୋଦିଙ୍କ ଉଦବୋଧନ । ସୁନ୍ଦରଗଡିଆଙ୍କ ଆଗରେ ସମ୍ବଲପୁରୀରେ ଭାଷାରେ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ।

By

Published : Apr 6, 2019, 11:55 AM IST

Updated : Apr 6, 2019, 2:14 PM IST

ଫାଇଲ ଫଟୋ

ଝାରସୁଗୁଡ଼ା: ସମ୍ବଲପୁରୀ ଭାଷାରେ ସୁନ୍ଦରଗଡରେ ମୋଦିଙ୍କ ଭାଷଣ । ଆଞ୍ଚଳିକ ଭାଷରେ ଭାଷଣ ଆରମ୍ଭ କଲେ ମୋଦି । ମୋର ସୁନ୍ଦରଗଡିଆ ଭାଇ ବହେନ ମାନେ, ମା ମାଉସୀ ମାନେ ସମ୍କୁ ଜୁଆର । ଏପରି କହି ନିର୍ବାଚନୀ ଭାଷଣ ଆରମ୍ଭ କରିଥିଲେ ମୋଦି । ଏତେ ସଂଖ୍ୟକ ଲୋକଙ୍କ ଦେଖି ମୁଁ ଅଭିଭୂତ ବୋଲି ମୋଦି କହିଛନ୍ତି ।

ନିର୍ବାଚନୀ ପ୍ରଚାରରେ ସୁନ୍ଦରଗଡ଼ ଆସି ଭାଷଣ ଆରମ୍ଭରୁ ମୋଦି କହିଥିଲେ, ମୁଁ ଶୁଣିବାକୁ ପାଇଲି ସୁନ୍ଦରଗଡକୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ଆସିନାହାଁନ୍ତି । ତେବେ ଆଜିବି ଏମାଟିକୁ କୌଣସି ପ୍ରଧାନମନ୍ତ୍ରୀ ଆସିନାହାଁନ୍ତି । ଦେଶର ପ୍ରଧାନ ସେବକ ଆସିଛି । ମାଲିକଠୁ ଆଶିର୍ବାଦ ନେବା ପାଇଁ ମୁଁ ଏମାଟିକୁ ଆସିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଭିଡିଓ ସୌଜନ୍ୟ: ଏଏନଆଇ

ଆଜି ବିଜେପିର ପ୍ରତିଷ୍ଠା ଦିବସ । ଦଳର ପ୍ରତିଷ୍ଠା ଦିବସରେ ସଫଳ ଜୟଯାତ୍ରା କଥା କହିଛନ୍ତି ମୋଦି । ଭାରତୀୟ ସଂସ୍କୃତି କଥା ବି କହିଛନ୍ତି । ବିଜେପିର ଏକମାତ୍ର ଲକ୍ଷ୍ୟ ଦେଶସେବା କରିବା । ଏଦଳ ଲକ୍ଷଲକ୍ଷ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମରେ ଏସ୍ତରରେ ପହଞ୍ଚିଥିବା ମୋଦି କହିଛନ୍ତି । ଦେଶକୁ ଏକ ସୁସ୍ଥ ବିକଳ୍ପ ଦେଇଥିବା ମୋଦି କହିଛନ୍ତି । ଆଜି ବିଜେପି ଯେଉଁ ସ୍ତରରେ ପହଞ୍ଚିଛି, କେହି ସ୍ବପ୍ନରେ ବି ଭାବିନଥିଲେ ବୋଲି ମୋଦି କହିଛନ୍ତି ।

ଅଧିକ ପଢନ୍ତୁ: ଓଡିଶାରେ ମୋଦି, ଝାରସୁଗୁଡା ବିମାନ ବନ୍ଦରରେ ସମ୍ବର୍ଦ୍ଧନା

ସେହିପରି ଅଟଳ ବିହାରୀ ବାଜପେୟୀଙ୍କ ଡାଇଲଗକୁ ମଧ୍ୟ ମନେ ପକାଇଛନ୍ତି । ଆଉ ଓଡିଶାରେ ଏଥର ବିଜେପି ଆସିବ ବୋଲି ପୁଣିଥରେ ଦମ୍ଭୋକ୍ତି କରିଛନ୍ତି ମୋଦି । ଅନ୍ୟପଟେ କଂଗ୍ରେସକୁ ସମାଲୋଚନା କରି ମୋଦି କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ କଥା କେବେ କଂଗ୍ରେସ ସ୍ବପ୍ନରେ ବି ଭାବିନଥିଲା । ହେଲେ ଆଜି ଆତଙ୍କବାଦୀଙ୍କ ଘରେ ପଶି ମୁହଁତୋଡ ଜବାବ ଦିଆଯାଉଛି । ଏକ ମଜଭୁତ ସରକାର ପାଇଁ ଏହା ସମ୍ଭବ ହୋଇଛି ବୋଲି ମୋଦି କହିଛନ୍ତି ।

Last Updated : Apr 6, 2019, 2:14 PM IST

For All Latest Updates

ABOUT THE AUTHOR

...view details