ଓଡିଶା

odisha

By

Published : Jan 31, 2021, 7:07 PM IST

ETV Bharat / state

ବାଇପାସରେ ଟ୍ରକ ଡ୍ରାଇଭରଙ୍କ ଠୁ ଲୁଟ, ଲୁଟିନେଲେ ଟଙ୍କା ଓ ମୋବାଇଲ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଜାମପାଲି ବାଇପାସ ନିକଟରେ ଜଣେ ଟ୍ରକ ଚାଳକ ଓ ସହଯୋଗୀ ଚାଳକଙ୍କ ଠାରୁ ଲୁଟ । ଅଧିକ ପଢନ୍ତୁ....

ଖାଉଥିବାବେଳେ ଆସିଲେ ଦୁର୍ବୃତ୍ତ, ଲୁଟିନେଲେ ସମସ୍ତ ଟଙ୍କା ଓ ମୋବାଇଲ
ଖାଉଥିବାବେଳେ ଆସିଲେ ଦୁର୍ବୃତ୍ତ, ଲୁଟିନେଲେ ସମସ୍ତ ଟଙ୍କା ଓ ମୋବାଇଲ

ସୁନ୍ଦରଗଡ: ସ୍ପଷ୍ଟ ଦିବାଲୋକରେ ରାଜପଥରୁ ଲୁଟ । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଜାମପାଲି ବାଇପାସ ନିକଟରେ ଏହି ଲୁଟ ହୋଇଛି । ଏକ ଟ୍ରକ ଚାଳକ ଓ ସହଯୋଗୀ ଚାଳକ ଜାମପାଲି ନିକଟରେ ମଧ୍ୟାହ୍ନ ଭୋଜନ କରୁଥିବାବେଳେ ତିନିଜଣ ଦୁର୍ବୃତ୍ତ ଦୁଇଜଣଙ୍କୁ ଆକ୍ରମଣ କରି ସେମାନଙ୍କ ନିକଟରୁ ସମସ୍ତ ଟଙ୍କା ଓ ମୋବାଇଲ ଲୁଟ କରି ଫେରାର ହୋଇଯାଇଛନ୍ତି । ଲୁଟେରାଙ୍କ ଆକ୍ରମଣରେ ଆହତ ଚାଳକ ଟୁନା ଆନସାରୀଙ୍କୁ ରାଜଗାଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଚାଳକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଖାଉଥିବାବେଳେ ଆସିଲେ ଦୁର୍ବୃତ୍ତ, ଲୁଟିନେଲେ ସମସ୍ତ ଟଙ୍କା ଓ ମୋବାଇଲ

ସୂଚନା ଅନୁଯାୟୀ, ବଡବିଲ ଅଞ୍ଚଳରୁ ଏକ ଟ୍ରକ ଲୁହା ପଥର ବୋଝେଇ କରି ଛତିଶଗଡର ରାୟଗଡକୁ ଯାଉଥିଲା । ବାଟରେ ଟ୍ରକର ଦୁଇ ଚାଳକ ରାଜଗାଙ୍ଗପୁର ଜାମପାଲି ନିକଟରେ ଟ୍ରକ ଅଟକାଇ ମଧ୍ୟାହ୍ନ ଭୋଜନ କରୁଥିଲେ । ଏହି ସମୟରେ ତିନିଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଗୋଟିଏ ମୋଟର ସାଇକେଲରେ ଆସି ଚାଳକ ଦୁଇଜଣଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଛଡେଇ ନେଇ ଯାଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ରାଜଗାଙ୍ଗପୁର ପୋଲିସ ଖୋଳତାଡ ଆରମ୍ଭ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details