ଓଡିଶା

odisha

ETV Bharat / state

ଫୁଟବଲ ମ୍ୟାଚ ଦେଖିବା ବେଳେ ଟଳିପଡିଲେ 3 ଛାତ୍ର, ବଜ୍ରାଘାତରେ ଗଲା ଜୀବନ

ଫୁଟବଲ ମ୍ୟାଚ ଦେଖିବା ବେଳେ ଭୟଙ୍କର ବଜ୍ରପାତରେ 3 ଛାତ୍ରଙ୍କ ଜୀବନ ଯାଇଛି। 4 ଜଣ ସାମାନ୍ୟ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ

ବଜ୍ରାଘାତରେ 3ଜଣଙ୍କ ମୃତ୍ୟୁ
lightning strike kills 3 students

By ETV Bharat Odisha Team

Published : Sep 17, 2023, 11:04 PM IST

lightning strike kills 3 students

ରାଉରକେଲା: ଫୁଟବଲ ମ୍ୟାଚ ଦେଖିବା ବେଳେ ଅଘଟଣ। ବଜ୍ରପାତ ଯୋଗୁଁ ଚାଲିଗଲା 3ଜଣଙ୍କ ଜୀବନ ଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବିରୁଆଳ ଗାଁରେ ଏପରି ଦୁଃଖଦ ଘଟଣା ଘଟିଯାଇଛି। ବଜ୍ରାଘାତରେ 3ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 4 ଜଣ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଏହି 3 ସାଙ୍ଗ ବିଶ୍ବକର୍ମା ପୂଜା ସାରି ନିକଟରେ ଖେଳାଯାଉଥିବା ଫୁଟବଲ ମ୍ୟାଚ୍ ଦେଖିବାକୁ ଯାଇଥିଲେ। ଆଉ ସେହି ସମୟରେ ଭୟଙ୍କର ବଜ୍ରପାତରେ 3 ଜଣ ପ୍ରାଣ ହରାଇଛନ୍ତି। ସମସ୍ତ 3 ମୃତକ ବଣାଇ ଥାନା ଅଞ୍ଚଳର ହୋଇଥିବା ସୂଚନା ଦେଇଛି ପୋଲିସ।

ଏକା ସାଙ୍ଗରେ ମ୍ୟାଚ ଦେଖିବାବେଳେ 3 ଜଣ ସାଙ୍ଗଙ୍କର ଜୀବନ ଚାଲି ଯାଇଛି । ମୃତକମାନେ ହେଲେ ସୁନୀତ ଓରାମ, ବିଶାଳ ବିଲୁଙ୍ଗ ଏବଂ ଶାନ୍ତି ପ୍ରକାଶ ଲାକ୍ରା । ସୂଚନା ଅନୁସାରେ, ସୁନିତ ଓରାମ ରାଉରକେଲା ଠାରେ ITI କରୁଥିବାବେଳେ ବିକାଶ ବିଲୁଙ୍ଗ ଗାନ୍ଧୀ କଲେଜର ଛାତ୍ର ଥିଲେ। ଏହି ଅଘଟଣରେ 3 ନିରୀହ ଜୀବନ ଚାଲିଯାଇଥିବାବେଳେ ବାହୁନି ବାହୁନି କାନ୍ଧୁଛନ୍ତି ପିଲାମାନଙ୍କ ମା' । ତେବେ ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଉତ୍ସାହର ଚିତ୍କାର ଓ ପ୍ରତିଯୋଗିତାର ରୋମାଞ୍ଚରେ ଭରି ଯାଇଥିଲା । ଠିକ ସନ୍ଧ୍ୟା 5 ଟା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଗୋଟିଏ ମୁହୂର୍ତ୍ତରେ 3ଟି ଜୀବନ ଚାଲିଯାଇଥିବାବେଳେ ନିମିଷକରେ ଉତ୍ସାହର ମାହୋଲ ଶୋକାକୂଳ ପରିବେଶରେ ପରିଣତ ହୋଇଛି।

ଏହା ବି ପଢନ୍ତୁ...ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରପାତରେ ଦୁଇ ଚାଷୀ ମୃତ, ୮ ଗୁରୁତର

ଏହା ବି ପଢନ୍ତୁ...ବଜ୍ରାଘାତ ନେଲା ସ୍ତ୍ରୀ ଜୀବନ, ସ୍ବାମୀ ଗୁରୁତର

ଏକା ସାଙ୍ଗରେ ମ୍ୟାଚ ଦେଖିବାବେଳେ 3 ଜଣ ସାଙ୍ଗଙ୍କର ଏକା ସହ ଜୀବନ ଯାଇଛି । ସୁନୀତ ଓ ବିଶାଳଙ୍କ ପରିବାର ଖବର ପାଇ ମେଡିକାଲରେ ପହଞ୍ଚିଥିବାବେଳେ ଶାନ୍ତି ପ୍ରକାଶ ଲାକ୍ରାଙ୍କ ସମ୍ପର୍କରେ ଅନ୍ୟ କୌଣସି ସୂଚନା ମିଳିପାରିନାହିଁ। ତେବେ ଏହି 3ଜଣଙ୍କ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରୁଛନ୍ତି । ସେପଟେ ପରିବାର ଓ ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ପାଟି ପଡିଛି ହସ୍ପିଟାଲର ପରିସର। ଏଭଳି ଦୁଃଖଦ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଇଟିଭି ଭାରତ, ରାଉରକେଲା

ଏହା ବି ପଢନ୍ତୁ...ବିଲକୁ ଯାଇଥିଲେ ମାରିଲା ବିଜୁଳି, ଆଖି ବୁଜିଲେ ଯୁବକ

ABOUT THE AUTHOR

...view details