ରାଉରକେଲା: ଆକ୍ସନ ମୋଡରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଦ୍ଵିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାପରେ ଏନଏଚଏଆଇର ପରିଯୋଜନା ନିର୍ଦ୍ଦେଶକଙ୍କୁ ଡକାଇ ତାଙ୍କ ଠାରୁ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଦ୍ଵିତୀୟ ବ୍ରାହ୍ମଣୀ ସେତୁ ଜିଲ୍ଲାର ଲାଇଫ ଲାଇନ ହେବାକୁ ଥିବାବେଳେ ଏହା ଗତ 4 ବର୍ଷ ହେଲା ଏକ ରାଜନୈତିକ ମୁଦ୍ଦା ପାଲଟିଛି । ଯେଉଁଥିପାଇଁ ଏହି ଦାବିକୁ ନେଇ ବିଧାୟକ ଦିଲୀପ ରାୟ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।
ବିରୋଧୀ ମଧ୍ୟ ନିର୍ବାଚନରେ ଏହାକୁ ମୁଦ୍ଦା କରିବା ସହିତ ବିଜେପିକୁ ଘେରିଥିଲେ । ବିଜେପି ନେତା ମଧ୍ୟ ଜୋର ଦେଇ କହିଥିଲେ ଯେ, ମେଡିକାଲ କଲେଜ ତଥା ଦ୍ଵିତୀୟ ବ୍ରାହ୍ମଣୀ ସେତୁର କାମ ଜୋରଶୋରରେ ଚାଲିଛି ।