ଓଡିଶା

odisha

ETV Bharat / state

ଏସି ଚାଲୁନଥିବାରୁ ରାଉରକେଲାରେ ଇସ୍ପାତ ଏକ୍ସପ୍ରେସ ଅଟକ

ଟ୍ରେନରେ ଏସି ନ ଚାଲିବାରୁ ତାତିଲେ ଲୋକ । ଯାହାଫଳରେ ଟ୍ରେନ ଅଟକାଇ ଯାତ୍ରୀମାନେ ଆନ୍ଦୋଳନ କରିଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲାରେ ।

By

Published : May 20, 2019, 6:54 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା: ଟ୍ରେନରେ ଏସି ନଚାଲିବାରୁ ତାତିଲେ ଲୋକ । ଯାହାଫଳରେ ଟ୍ରେନ ଅଟକାଇ ଯାତ୍ରୀମାନେ ଆନ୍ଦୋଳନ କରିଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲାରେ । ଗାଡି ନଂ 12872 ଇସ୍ପାତ ଏକ୍ସପ୍ରେସର ଏସି କୋଚ ନମ୍ବର ସି-1, ସି-3 ତଥା ବି-1 ର ଏସି ଖରାପ ଥିବାରୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ତେବେ ଏହାକୁ ଠିକ କରିବା ପାଇଁ ରେଳ ବିଭାଗ ପ୍ରୟାସ କରିନଥିଲା । ଯାହାକୁ ନେଇ ଅସନ୍ତୋଷ କୁହୁଳିଥିଲା । ରାଉରକେଲାରେ ଟ୍ରେନ ଅଟକାଇ ଆନ୍ଦୋଳନ ଆରମ୍ଭ କରିଥିଲେ। ଏସି ଚାଲୁନଥିବାରୁ ଗରମରେ ଆଉଟୁପାଉଟୁ ହେଉଥିବା ଯାତ୍ରୀଙ୍କ ପାଇଁ ରେଳ ବିଭାଗ କିଛି ସୁବିଧା କରୁନଥିବାରୁ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିଲେ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details