ଓଡିଶା

odisha

ETV Bharat / state

ମନକୋ ଜଙ୍ଗଲରେ ମଦରନ୍ଧା, 215 ଲିଟର ଦେଶୀ ମଦ ଜବତ

ଆକ୍ସନ ମୁଡରେ ଅବକାରୀ ବିଭାଗ । ସୁନ୍ଦରଗଡ ମନକୋ ଜଙ୍ଗଲରେ ଦେଶୀ ମଦ ତିଆରି କରାଯାଉଥିବା ବେଳେ ଆଜି ଅବକାରୀ ବିଭାଗ ଅଧିକାରୀ ମାନେ ଚଢାଉ କରିଥିଲେ ।

By

Published : Mar 15, 2019, 8:51 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା: ଆକ୍ସନ ମୁଡରେ ଅବକାରୀ ବିଭାଗ । ସୁନ୍ଦରଗଡ ମନକୋ ଜଙ୍ଗଲରେ ଦେଶୀ ମଦ ତିଆରି କରାଯାଉଥିବା ବେଳେ ଆଜି ଅବକାରୀ ବିଭାଗ ଅଧିକାରୀ ମାନେ ଚଢାଉ କରିଥିଲେ । ତେବେ ଚଢାଉ ବେଳେ ବହୁଳ ମାତ୍ରାରେ ମହୁଲି ନଷ୍ଟ କରାଯାଇଛି। 215 ଲିଟର ଦେଶୀ ମଦ ଜବତ ସହ 4 ଜଣଙ୍କୁ ଗିରଫ କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିକୁ ନଜରରେ ରଖ ଚଢାଉ କରାଯାଇଥିବା ବେଳେ ଦେଶୀ ମଦ ତିଆରି କରାଯିବା ପାଇଁ ବ୍ୟବହୃତ ଡ୍ରମ ଓ ବାସନ ମଧ୍ୟ ଜବତ ହୋଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ନିର୍ବାଚନୀ ତାରିଖ ଘୋଷଣା ପରେ ଗାଁ ଗାଁରେ ମଦ କାରବାର ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଆଜି ଆବକାରୀ ବିଭାଗ ଏହି ମଦ ତିଆରି ସହିତ ନିର୍ବାଚନର ସମ୍ପର୍କ ନାହିଁ ବୋଲି କହିଛନ୍ତି । କିନ୍ତୁ ଏତେ ପରିମାଣରେ ବିଭିନ୍ନ ଅଞ୍ଚଳରେ ମଦ ତିଆରି ହେଲେ ଏହାର ପ୍ରଭାବ ଆଗାମୀ ବିର୍ବାଚନ ଉପରେ ପଡିବ ବୋଲି କୁହାଯାଉଛି । ଆଗାମୀ ନିର୍ବାଚନକୁ ନଜରରେ ରଖି ଚଢାଉ ଜାରି ରହିବ ବୋଲି କୁହାଯାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details