ଓଡିଶା

odisha

By

Published : Jul 8, 2019, 2:58 PM IST

ETV Bharat / state

ମଦ୍ୟମ ସ୍ବାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା

ସୁନ୍ଦରଗଡ ସଦର ଥାନା ସୁବଳୟାରେ ମଦ୍ୟମ ସ୍ବାମୀର ଉନ୍ମତ୍ତ କାଣ୍ଡ । ସାମାନ୍ୟ ବଚସାରୁ ନିଜ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ସ୍ବାମୀ । ପୋଲିସ ମଦ୍ୟମ ସ୍ବାମୀକୁ ଅଟକ ରଖିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୁନ୍ଦରଗଡ: ମଦ୍ୟମ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ । ସାମାନ୍ୟ ବଚସାରୁ ନିଜ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ସ୍ବାମୀ । ସୁନ୍ଦରଗଡ ସଦର ଥାନା ସୁବଳୟାରେ ଘଟିଛି ଏପରି ଏକ ଘଟଣା । ପୋଲିସ ମଦ୍ୟମ ସ୍ବାମୀକୁ ଅଟକ ରଖିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ସୂଚନାନୁସାରେ ଏହି ଗ୍ରାମର ଉଦିତ ବାଗ ଗତ ବର୍ଷ ପୂର୍ବେ ସୁଶୀଲାକୁ ପ୍ରେମ ବିବାହ କରିଥିଲା । ତାଙ୍କର ଦୁଇଟି ସନ୍ତାନ। ଉଦିତ କିଛି କାମଧନ୍ଦା ନ କରି ସବୁବେଳେ ମଦ ପିଇ ସ୍ତ୍ରୀ ସହିତ ଝଗଡା କରନ୍ତି । ତେବେ ଗତକାଲି ସନ୍ଧ୍ୟାରେ ଝଗଡାରୁ ମାଡପିଟ ଯାଏଁ କଥା ଯାଇଥିଲା । ଏଥିରେ ରାଗିଯାଇ ଉଦିତ ଠେଙ୍ଗାରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details