ରାଉରକେଲା: ଝିରପାଣି ଅଞ୍ଚଳର ଆଦିବାସୀ ନେତାଙ୍କ ଘରେ ଅଗ୍ନିକାଣ୍ଡ ଘଟଣା । ଘଟଣାରେ ରଞ୍ଜନ କୁମାର ତ୍ରିପାଠୀକୁ ଗିରଫ କରିଛି ପୋଲିସ । ଆଦିବାସୀ ମୂଳବାସୀ ଅଧିକାରୀ ସୁରକ୍ଷା ମଞ୍ଚର ନେତା ଚକ୍ରଧରଙ୍କ ଘରେ ନିଆଁ ଲଗାଇଥିବା ବେଳେ 5ଟି ବାଇକ ପୋଡି ଦେଇଥିଲେ ଅଭିଯୁକ୍ତ ।
ସୂଚନାଯୋଗ୍ୟ, ଗତ ଜାନୁଆରୀ 8ରେ ନେତା ଚକ୍ରଧରଙ୍କ ଘରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଏହାପରେ ଚକ୍ରଧରଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏତଲା ଦାୟର ପରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ପୋଲିସ ରଞ୍ଜନ କୁମାର ତ୍ରିପାଠୀକୁ ଗିରଫ କରିଛି ।