ଓଡିଶା

odisha

By

Published : Jun 23, 2021, 10:31 PM IST

ETV Bharat / state

ପୋଲିସ ସମ୍ମୁଖରେ ଶତାଧିକ ନକଲି ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ତୀବ୍ର ପ୍ରତିକ୍ରିୟା

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ପୁଣି ଚର୍ଚ୍ଚାରେ । ପୋଲିସ ସମ୍ମୁଖରେ ଶତାଧିକ ନକଲି ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା । ଅଧିକ ପଢନ୍ତୁ...

fake police action in protesters in rajgangpur
ପୋଲିସ ସମ୍ମୁଖରେ ଶତାଧିକ ନକଲି ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ତୀବ୍ର ପ୍ରତିକ୍ରିୟା

ସୁନ୍ଦରଗଡ:ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ପୁଣି ଚର୍ଚ୍ଚାରେ । ପୋଲିସ ସମ୍ମୁଖରେ ଶତାଧିକ ନକଲି ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା । ନକଲି ପୋଲିସ ଓ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର କେତେକ ଅଧିକାରୀଙ୍କ ନାମରେ ଦୁଇଟି ଭିନ୍ନ ଭିନ୍ନ ମାମଲା ରାଜଗାଙ୍ଗପୁର ଥାନାରେ ରୁଜ୍ଜୁ ହୋଇଛି ।

ପୋଲିସ ସମ୍ମୁଖରେ ଶତାଧିକ ନକଲି ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ତୀବ୍ର ପ୍ରତିକ୍ରିୟା

ଓଡିଶା ସିମେଣ୍ଟ ଲିମିଟେଡ ବା ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ରାଜଗାଙ୍ଗପୁର ତାର ଏକଛତ୍ରବାଦ ଅନୁଶାସନ ନେଇ ପୁଣି ଥରେ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଗତ 21 ତାରିଖ ଘଟଣାକୁ କେନ୍ଦ୍ର କରି ରାଜେଶ ଅଗ୍ରୱାଲ ନାମକ ଜଣେ ସଚେତନ ନାଗରିକ ଡାଲମିଆ ମ୍ୟାନେଜମେଣ୍ଟ ନାମରେ ତାରିଖ 21/06/2021 ସୋମବାର ଦିନ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଗତକାଲି ପୁଣି 22/06/2021 ମଙ୍ଗଳବାର ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର ଆଶିଷ ଖିଲାନୀ, ଅଭିଷେକ ଚନ୍ଦ୍ରା, ସ୍ମୃତି ମହାପାତ୍ର, ସୁବ୍ରତ ପଟ୍ଟନାୟକ ପରି କେତେକ ବରିଷ୍ଠ ଅଧିକାରୀଙ୍କ ନାମର ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ପୂର୍ବ ସୂଚନା ଅନୁଯାୟୀ ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ଗତ 21 ତାରିଖରେ ନିଜର ନ୍ୟାର୍ଯ୍ୟ ଦାବି ନେଇ ଡାଲମିଆ ସିମେଣ୍ଟ ମ୍ୟାନୁଫେକଚରିଂ ୟୁନିଟର ପାର୍କିଂ ଗେଟ ସମ୍ମୁଖରେ ଧାରଣା ଦେଇଥିଲା । ଟ୍ରକ ମାଲିକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସିକ୍ୟୁରିଟି ଅଧିକାରୀଙ୍କୁ ନକଲି ପୋଲିସର ଉପକରଣ ଦ୍ବାରା ସେମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରିବା ସହ ସେମାନଙ୍କୁ ଭୟଭୀତ କରିଥିଲା ବୋଲି ଟ୍ରକ ମାଲିକ ସଂଘ ଅଭିଯୋଗ କରିଛି ।

ଡାଲମିଆ ସିମେଣ୍ଟ କମ୍ପାନୀରୁ ଓଡିଶାର ବିଭିନ୍ନ ଜିଲ୍ଲାକୁ ସିମେଣ୍ଟ ବୋହୁଥିବା ଏହି ଟ୍ରକ ମାଲିକଙ୍କର ସମସ୍ୟା ପ୍ରତି ଆଦୌ ସଚେତନ ନ ହୋଇ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଏପରି ପଦକ୍ଷେପ ନେଉଥିବା କଥା ଟ୍ରକ ମାଲିକମାନେ ଅଭିଯୋଗ କରିଛନ୍ତି । କମ୍ପାନୀର ଏକଛତ୍ରବାଦ ନୀତି ଯୋଗୁଁ ଅତୀତରେ କେତେ ଜଣ ଟ୍ରକ ମାଲିକ ବିରୋଧ କରି ପ୍ରାଣ ମଧ୍ୟ ହାରାଇଛନ୍ତି । ତଥାପି କମ୍ପାନୀ ତାଙ୍କ ସମସ୍ୟାର ସମାଧାନ କରି ନାହାଁନ୍ତି କେବଳ ନିଜର ଲାଭ ଦେଖିଛନ୍ତି । ଏ ନେଇ କେତେକ ଟ୍ରକ ମାଲିକ ପ୍ରତ୍ୟକ୍ଷ ଭାବେ ଗଣମାଧ୍ୟମ ମାନଙ୍କର ସହାୟତା ଲୋଡିଛନ୍ତି । ତେବେ ଏଥରର ଆନ୍ଦୋଳନ ତୀବ୍ରତର ହେବ ବୋଲି କେତେକ ଆନ୍ଦୋଳନକାରୀ ଚେତାବାନୀ ଦେଇଛନ୍ତି । ଟ୍ରକ ମାଲିକଙ୍କୁ ଡିଜେଲ ଭଡା ବଢିଥିବାବେଳେ ଉପଯୁକ୍ତ ମୂଲ୍ୟ ଯଦି କମ୍ପାନୀ ନ ଦିଏ ତେବେ ଏବେ ନିଜ ନିଜର ଟ୍ରକ ଚାଳନା ବନ୍ଦ ରଖିବା ସହ ଆଗାମୀ ଦିନରେ କମ୍ପାନୀର ରେଳ ୟାର୍ଡକୁ ମଧ୍ୟ ଅଚଳ କରିବେ ବୋଲି ନିଷ୍ପତ୍ତି ନେଇଥିବା କଥା କେତେକ କହିଛନ୍ତି ।

ଡାଲମିଆ ସିମେଣ୍ଟ କମ୍ପାନୀ ଦ୍ବାରା ଟ୍ରକ ମାଲିକଙ୍କୁ ତଡିବା ପାଇଁ ନିୟୋଜିତ ହୋଇଥିବା କମ୍ପାନୀର ସିକ୍ୟୁରିଟି ବଳ କିପରି ପୋଲିସ ଉପକରଣ ପାଇଲେ । ପୋଲିସର ଉପକରଣ ନେଇ ଟ୍ରକ ମାଲିକଙ୍କୁ ଭୟଭୀତ କଲେ । ତାହା ପୁଣି ପ୍ରକୃତ ପୋଲିସଙ୍କ ଉପସ୍ଥିତିରେ ଏ ନେଇ ଆମେ ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ । ତେବେ ସେ କ୍ୟାମେରାକୁ କିଛି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କହିଥିଲେ । ପୋଲିସ ଉପକରଣରେ ସଜେଇ ହୋଇ ଟ୍ରକ ମାଲିକଙ୍କୁ ଭୟଭୀତ କରିବା କମ୍ପାନୀର ଭୁଲ ବୋଲି ସେ କହିଥିଲେ ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details