ରାଉରକେଲା:ASI ଅଲିସ ଲୁଗୁନ ମୃତ୍ୟୁ ମାମଲାରୁ ହଟିଲା ପରଦା । ପଦାକୁ ଆସିଲା ଅଲିସ ଲୁଗୁନଙ୍କ ପୋଷ୍ଟମୋର୍ଟମ ରିପୋର୍ଟ । ଏହାକୁ ସିନିୟର ଡାକ୍ତର ଏବଂ AIIMSର ବରିଷ୍ଠ ଡାକ୍ତରଙ୍କୁ ଦେଖାଇବା ସହ ରିଚେକ କରାଯାଇଛି । ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା ପରେ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଥିବା ପୋଲିସ ପକ୍ଷରୁ କୁହାଯାଇଛି । ରାଉରକେଲା SP ମିତ୍ରଭାନୁ ମହାପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି।
ପୋଷ୍ଟମୋର୍ଟମ ରିପୋର୍ଟ ଅନୁଯାୟୀ, ମହିଳା ASI ଅଲିସ ଲୁଗୁନଙ୍କୁ ଉତ୍ତେଜିତ ଡେଲିରିୟମ ଜନିତ (Asphyxia due to excited delirium)ରୋଗ ଥିବା ଜଣାପଡିଛି । ସେ ଏହି ରୋଗରେ ଦୀର୍ଘ ଦିନ ଧରି ଆକ୍ରାନ୍ତ ଥିବା ନେଇ ସୂଚନା ଦେଇଛନ୍ତି ରାଉରକେଲା ଏସପି । "ଏହି ରୋଗ ଥିଲେ ରୋଗୀ ଯେତେବେଳେ କୌଣସି ଆକ୍ରାମକ ରୂପ ବା ଆଟାକିଂ ମୋଡ଼ରେ ଆସିଥାନ୍ତି ବା ଉତ୍ତେଜିତ ହୋଇଯାଇଥାନ୍ତି ସେହି ସମୟରେ ଦେହରୁ ହରମୋନ କ୍ଷରଣ କ୍ଷମତା ବୃଦ୍ଧି ପାଇଥାଏ । ଆଉ ଏହି ହରମୋନ କ୍ଷରଣ ଯୋଗୁଁ ଦେହରେ ଆଡ୍ରେନାଲିନ୍ ହରମୋନ ବହିବାରେ ଲାଗେ । ଯେଉଁଥିପାଇଁ ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀ ଅଧିକ ଅସୁସ୍ଥ ହୋଇପଡେ ଏବଂ ଏହାର ପ୍ରଭାବ ହୃତପିଣ୍ଡ ଉପରେ ପଡେ । ଆଉ ଏହା ରୋଗୀକୁ ମୃତ୍ୟୁ ମୁଖକୁ ଟାଣିନିଏ" ବୋଲି ଡାକ୍ତର କହିଛନ୍ତି ।
ଏହା ବି ପଢନ୍ତୁ...ମହିଳା ASIଙ୍କ ମୃତ୍ୟୁ ମାମଲା: ଅତ୍ୟଧିକ ମାଡ଼ ଯୋଗୁଁ ଗଲା ଜୀବନ ! ଦେଖନ୍ତୁ ଘଟଣା ସମୟର ଭିଡ଼ିଓ