ଓଡିଶା

odisha

ETV Bharat / state

ପାଞ୍ଚ ଦିନରେ ପହଞ୍ଚିଲା ରାଉରକେଲା ମହାନଗର ନିଗମର କର୍ମଚାରୀଙ୍କ ପ୍ରତିବାଦ - ମହାନଗର ନିଗମର କର୍ମଚାରୀଙ୍କ ପ୍ରତିବାଦ

Rourkela Municipal Corporation Employee Protest: ନିଜର ଦୀର୍ଘ ଦିନ ଦାବି ପାଇଁ ସଂଗ୍ରାମ କରୁଛନ୍ତି ରାଉରକେଲା ମହାନଗର ନିଗମର କର୍ମଚାରୀ । ମୁହଁରେ କଳା କପଡା ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଅବସର ପରେ ପେନସନ୍‌ ଓ ଗ୍ରାଚ୍ୟୁଟି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ପାଞ୍ଚ ଦିନରେ ପହଞ୍ଚିଲା ରାଉରକେଲା ମହାନଗର ନିଗମର କର୍ମଚାରୀଙ୍କ ପ୍ରତିବାଦ
ପାଞ୍ଚ ଦିନରେ ପହଞ୍ଚିଲା ରାଉରକେଲା ମହାନଗର ନିଗମର କର୍ମଚାରୀଙ୍କ ପ୍ରତିବାଦ

By ETV Bharat Odisha Team

Published : Dec 15, 2023, 5:30 PM IST

ପାଞ୍ଚ ଦିନରେ ପହଞ୍ଚିଲା ରାଉରକେଲା ମହାନଗର ନିଗମର କର୍ମଚାରୀଙ୍କ ପ୍ରତିବାଦ

ରାଉରକେଲା:ମହାନଗର ନିଗମ ଅଫିସ ଆଗରେ ଧାରଣାରେ ବସିଛନ୍ତି କର୍ମଚାରୀ । ଦୀର୍ଘ ୫ ଦିନ ହେବ ୭ ଦଫା ଦାବି ନେଇ ଅନବରତ ଭାବରେ କର୍ମଚାରୀମାନେ ଧାରଣାରେ ବସିଥିଲେ ମଧ୍ୟ ପ୍ରଶାସନ ଅଭିଯୋଗ ଶୁଣୁନଥିବା ଅଭିଯୋଗ କରିଛନ୍ତି । କର୍ମଚାରୀମାନେ ନିଜ ମୌଳିକ ଅଧିକାରକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୁହଁରେ କଳା ରଙ୍ଗର କପଡା ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଅନ୍ଦୋଳନକାରୀମାନେ ମହାନଗର ନିଗମ ଅଫିସ ଆଗରେ ବିଭିନ୍ନ ନାରାବାଜି କରିଛନ୍ତି । ଅବସର ପରବର୍ତ୍ତୀ ସମୟରେ ପେନସନ୍‌ ଓ ଗ୍ରାଚ୍ୟୁଟି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ । କର୍ମଚାରୀଙ୍କ ପାଇଁ ଚିକିତ୍ସା ପାଇଁ ଏକ ସ୍ଥିର ବ୍ୟବସ୍ଥା ନଥିବାରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ରାଉରକେଲା ମହାନଗର ନିଗମ ଅଫିସ ଆଗରେ ୭ଦଫା ଦାବି ନେଇ ଧାରଣାରେ ବସିଛନ୍ତି କର୍ମଚାରୀ ସଂଘ । କର୍ମଚାରୀମାନେ ମୌଳିକ ଅଧିକାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ହେଲେ ପ୍ରଶାସନ ଅଭିଯୋଗ ଶୁଣୁନଥିବା ଯୋଗୁଁ ଦୀର୍ଘ ୫ ଦିନ ହେଲା ଅନବରତ ଭାବେ ଧାରଣାରେ ବସିଛନ୍ତି । ଅନ୍ଦୋଳନକାରୀ ମାନେ ଦାବି କରିଛନ୍ତି ପୌରପାଳିକାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ଥାୟୀ ନିୟୁକ୍ତିର ବ୍ୟବସ୍ଥା କରିବା ସହ ଅବସର ପରବର୍ତ୍ତୀ ସମୟରେ ପେନସନ୍‌ ଓ ଗ୍ରାଚ୍ୟୁଟି ପ୍ରଦାନ କରାଯାଉ । ଏହାସହ ଚାକିରିରେ ସ୍ଥିରତା ଏବଂ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ ସୃଷ୍ଟି କରିବାକୁ ମଧ୍ୟ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଶ୍ରମିକ ମାରଣ ନୀତି ବିରୋଧରେ ରିଲାଇବୁଲ ସ୍ପଞ୍ଜ କାରଖାନା ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ

ଏହାସହ ମହାନଗର ନିଗମରେ କାର୍ଯ୍ୟରତ କୌଣସି ବ୍ୟକ୍ତି ପ୍ରାଣ ହରାଇଲେ ଉକ୍ତ ପରିବାରକୁ ଉଚିତ୍‌ ଅନୁକମ୍ପା ଦେବା ସହ ପରିବାରର ଜଣଙ୍କୁ ଚାକିରି ବ୍ୟବସ୍ଥା କରାଯାଉ ବୋଲି ଦାବି ଉଠିଛି । କର୍ମଚାରୀଙ୍କ ପାଇଁ ଚିକିତ୍ସା ପାଇଁ ଏକ ସ୍ଥିର ବ୍ୟବସ୍ଥା କରିବା ପାଇଁ କହିଛନ୍ତି ଆନ୍ଦୋଳନକାରୀ । ଏହାବ୍ୟତୀତ ଅବସରପ୍ରାପ୍ତ କର୍ମଚାରୀମାନେ ଉପଯୁକ୍ତ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି । ଏହି ଆନ୍ଦୋଳନରେ କର୍ମଚାରୀ ସଂଗଠନ ମଧ୍ୟ ସାମିଲ ହୋଇଛି । ତେବେ ବର୍ତ୍ତମାନ ବର୍ତ୍ତମାନ ଦେଖିବା ବାକି ରହିଲା କେବେ ସମସ୍ତ କର୍ମଚାରୀ ମାନଙ୍କ ଦାବିଗୁଡିକୁ ପୂରଣ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ....ପୋଲିସ ତୁଳନରା ଦରମାରେ ପାର୍ଥକ୍ୟ: ଧାରଣାରେ ଅଗ୍ନିଶମ ବିଭାଗ କର୍ମଚାରୀ

ଏହା ମଧ୍ୟ ପଢନ୍ତୁ...ଆଦିବାସୀଙ୍କ ଜମି ବିକ୍ରି ବିବାଦ: ରାଉରକେଲାରେ ଜେଏମଏମ ଓ ଆଦିବାସୀ ସଂଘର ବିକ୍ଷୋଭ

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details