ଓଡିଶା

odisha

ETV Bharat / state

ହାତୀ ମୃତ୍ୟୁରେ ଲାଗୁନି ବ୍ରେକ୍‌: ଧାନ ବିଲରୁ ଦନ୍ତା ମୃତଦେହ ଠାବ, ତଦନ୍ତ ଜାରି

ଥମୁନି ହାତୀ ମୃତ୍ୟୁ ମାମଲା । ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡ କୋଇଡ଼ା ରେଞ୍ଜ ଅଞ୍ଚଳର ବିଲ ପାର୍ଶ୍ଵରୁ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ବିଦ୍ୟୁତ ଆଘାତରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ । ତଦନ୍ତ ଜାରି । ଅଧିକ ପଢନ୍ତୁ

ଥମୁନି ହାତୀ ମୃତ୍ୟୁ ମାମଲା, ଧାନ ବିଲ ନିକଟରୁ ଦନ୍ତା ମୃତଦେହ ଠାବ, ତଦନ୍ତ ଜାରି
ଥମୁନି ହାତୀ ମୃତ୍ୟୁ ମାମଲା, ଧାନ ବିଲ ନିକଟରୁ ଦନ୍ତା ମୃତଦେହ ଠାବ, ତଦନ୍ତ ଜାରି

By ETV Bharat Odisha Team

Published : Oct 16, 2023, 11:11 AM IST

Updated : Oct 16, 2023, 1:55 PM IST

ହାତୀ ମୃତ୍ୟୁରେ ଲାଗୁନି ବ୍ରେକ୍‌: ଧାନ ବିଲରୁ ଦନ୍ତା ମୃତଦେହ ଠାବ, ତଦନ୍ତ ଜାରି

ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ କୋଇଡ଼ା ରେଞ୍ଜ ଅଞ୍ଚଳର ବିଲ ପାର୍ଶ୍ଵରୁ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ହାତୀଟିର ବୟସ ପ୍ରାୟ ୨୦ ବର୍ଷ ହୋଇଥିବା ବୋଲି ଅନୁମାନ କରାଯାଉଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଶୁଣ୍ଢରେ ଆଘାତ ଚିହ୍ନ ଓ ପାରିପାର୍ଶ୍ଵକ ସ୍ଥିତିରୁ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବଣାଇ ଡିଏଫ୍ଓ ସୂଚନା ଦେଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ହାତୀ ମୃତ୍ୟୁ ଘଟଣା । ବଣାଇ ବନଖଣ୍ଡ କୋଇଡ଼ା ରେଞ୍ଜ୍‌ ଅନ୍ତର୍ଗତ ଅରାଘାଟ ପାରମସାହି ନିକଟସ୍ଥ ଧାନ ବିଲ ପାର୍ଶ୍ଵରୁ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ଗତକାଲି(ରବିବାର) ରାତିରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ କାହିଁକି ହାତୀର ମୃତ୍ୟୁ ହେଲା ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ହାତୀଟିର ଶୁଣ୍ଢରେ କ୍ଷତ ଚିହ୍ନ ଓ ପାରିପାର୍ଶ୍ଵକ ସ୍ଥିତିରୁ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ହାତୀଟିର ବୟସ 20 ବର୍ଷ ହୋଇଥିବା ଅନୁମାନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ..ପୁଣି ଅନୁଗୋଳରେ ହାତୀ ମୃତ୍ୟୁ, ସାତକୋଶିଆରୁ ଉଦ୍ଧାର ହେଲା ୨ ମୃତଦେହ

ଅନ୍ୟପଟେ ଆରସିସିଏସ୍ ଅରୁଣ ମିଶ୍ର, ବଣାଇ ଡିଏଫ୍ଓ ଲଳିତ କୁମାର ପାତ୍ର, ଏସିଏଫ୍ ସୁଶାନ୍ତ କୁମାର ଜେନା ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଲହୁଣିପଡ଼ା ବନ୍ୟପ୍ରାଣୀ ଡାକ୍ତରୀ ଟିମ୍ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିବା ପରେ ଘଟଣାସ୍ଥଳରେ ମୃତ ହାତୀକୁ ପୋତି ଦିଆଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ଆଶା କରାଯାଉଛି । ଅନ୍ୟପଟେ ବଣାଇ ଡିଏଫଓଙ୍କ କହିବାନୁଯାୟୀ,"ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଏହା ଅଘଟଣ ନା ଜାଣିଶୁଣି କିଏ ହାତୀଟିକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା କରିଛି ସେ ଦିଗରେ ତଦନ୍ତ ଜାରି ରହିଛି । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।"

ଏହାମଧ୍ୟ ପଢନ୍ତୁ..ହାତୀ ମୃତ୍ୟୁ ଘଟଣା, ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ବୈଠକ

ମିଳିଥିବା ସୂଚନା ମୁତାବକ, କୋଇଡ଼ା ରେଞ୍ଜ୍‌ ଗଣୁଆ ବିଟ୍ ଅରାଘାଟ ପାରମସାହି ନିକଟରେ କଳମଗ ଜଙ୍ଗଲ ରହିଛି । ପ୍ରତିଦିନ ଏହି ଜଙ୍ଗଲ ଦେଇ ହାତୀପଲ ଯାତାୟତ କରିଥାଆନ୍ତି । ଜଙ୍ଗଲ ପାଖକୁ ଲାଗିଥିବା ଧାନ ବିଲକୁ ଆସି ଧାନ ଖାଇଥାଆନ୍ତି । ଆଜି ସକାଳେ ପାରମସାହି ନିକଟସ୍ଥ ଧାନବିଲ ପାର୍ଶ୍ଵରେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକ ବନ ବିଭାଗକୁ ସୂଚନା ଦେଇଥିଲେ । ଗାଁ ଲୋକଙ୍କଠାରୁ ସୂଚନା ପାଇଁ ବନ ବିଭାଗ ବରିଷ୍ଠ ଅଧିକାରୀ ଓ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଶୁଣ୍ଢରେ ଗଭୀର ଆଘାତ ଲାଗିଥିବାରୁ କେଉଁ ପରିସ୍ଥିତିରେ ଦନ୍ତାହାତୀର ମୃତ୍ୟୁ ହେଲା ତାହା ନେଇ ତଦନ୍ତ ଆରମ୍ଭ କରାଯାଇଛି । ଯେଉଁଠି ଦନ୍ତାହାତୀର ମୃତଦେହ ଠାବ ହୋଇଥିଲା ତା’ପାଖକୁ ଲାଗି ଧାନ ବିଲ ରହିଛି । ଧାନ ବିଲକୁ ହାତୀ ଦାଉରୁ ରକ୍ଷା କରିବାକୁ ଚାଷୀ ତାର ଜାଲି ଘେରାବନ୍ଦୀ କରିଥିଲେ କି ନାହିଁ ସେ ଦିଗରୁ ମଧ୍ୟ ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ..ସାତକୋଶିଆ ଅଭୟାରଣ୍ୟରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ତେବେ ଗତ ଦୁଇ ବର୍ଷ ପୂର୍ବରୁ ଏହି ସ୍ଥାନରେ ହିଁ ଆଉ ଗୋଟିଏ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ମେଣ୍ଢାମାରୁଣି ଜଙ୍ଗଲ ଓ କୁସୁମୁଡିହି ଜଙ୍ଗଲରେ ବିଷାକ୍ତ ଖାଦ୍ୟ ଯୋଗୁଁ ଗୋଟିଏ ଲେଖାଏଁ ହାତୀଙ୍କର ମୃତ୍ୟୁ ହୋଇଥିଲା । ସେପଟେ ବାରମ୍ବାର ହାତୀମୃତ୍ୟୁକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ, ଗତ ୬୪ ମାସ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ରାଉରକେଲା ଓ ସୁନ୍ଦରଗଡ଼ ବନଖଣ୍ଡରେ ମୋଟ ୩୪ ହାତୀଙ୍କ ମୃତ୍ୟୁ ହୋଇଛି । କେବଳ ବଣାଇ ବନଖଣ୍ଡରେ ୬୪ ମାସରେ ୧୯ ହାତୀର ମୃତ୍ୟୁ ହୋଇଛି । ୨୦୨୦ ଓ ୨୦୨୨ରେ ୪ଟି ଲେଖାଏଁ ହାତୀର ମୃତ୍ୟୁ ହୋଇଛି । ଗତ ୨୦୨୧ ମାର୍ଚ୍ଚରୁ ୨୦୨୩ ମଧ୍ୟରେ କୋଇଡାରେ ୪ଟି, କର୍ତା ରେଞ୍ଜରେ ୩ଟି, ତାମଡ଼ା ରେଞ୍ଜରେ ଗୋଟିଏ ହାତୀ ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି ।

ଇଟିଭି ଭାରତ, ରାଉରକେଲା

Last Updated : Oct 16, 2023, 1:55 PM IST

ABOUT THE AUTHOR

...view details