ଓଡିଶା

odisha

ରାଉରକେଲାରେ ଏକଲ କ୍ରୀଡା ଉତ୍ସବ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

By ETV Bharat Odisha Team

Published : Jan 7, 2024, 10:47 AM IST

Ekal Khel Abhiyan: ରାଉରକେଲାରେ ଉଦଘାଟନ ହେଲା ଏକଲ ଖେଳକୁଦ ଉତ୍ସବ । ଭାଗନେଲେ ୬୦୦ ପ୍ରତିଯୋଗୀ । ଅଧିକ ପଢନ୍ତୁ

ଏକଲ କ୍ରୀଡା ଉତ୍ସବ ଉଦଘାଟନ କଲେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ
ଏକଲ କ୍ରୀଡା ଉତ୍ସବ ଉଦଘାଟନ କଲେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ

ଏକଲ କ୍ରୀଡା ଉତ୍ସବ ଉଦଘାଟନ କଲେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ

ରାଉରକେଲା: ଏକଲ ଅଭିଯାନ ଅନ୍ତର୍ଗତ ଖେଳକୁଦ ପ୍ରତିଯୋଗୀତା ରାଉରକେଲାରେ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ବର ଟୁଡୁ । ଏକଲ ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଇଛି । ଏହି କ୍ରୀଡା ଉତ୍ସବକୁ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଆୟୋଜନ କରାଯାଇଛି ।

ଏହି ଅବସରରେ କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ମନ୍ତ୍ରୀ ବିଶେଶ୍ଵର ଟୁଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକଲ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ, ସାଂସଦ ପ୍ରତାପ ଷଡଙ୍ଗୀ, ବିଧାୟକ ମୋହନ ମାଝୀ, ଝାରସୁଗୁଡା ଏକଲ ଗ୍ରାମର ମୁଖ୍ୟ ଅଶୋକ ଗାନ୍ଧି ଭାବେ ଯୋଗ ଦେଇଥିଲେ ।

ତେବେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଏକଲ ଅଭିଯାନ ଖେଳକୁଦ ପ୍ରତିଯୋଗୀତା । ଏଥିରେ ମୋଟ ୬ଟି ଖେଳ ଯଥା ଦୌଡ଼, ଲଙ୍ଗ ଜମ୍ପ, ହାଇ ଜମ୍ପ, କୁସ୍ତି, କବାଡ଼ି ଓ ଯୋଗାସନ କରାଯିବ । ଏହି କ୍ରୀଡାରେ ୨୧ଟି ଜିଲ୍ଲାରୁ ୩୫୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହାସହ ୨୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୯୨ ଜଣ ପୂର୍ଣ୍ଣକାଳୀନ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ପ୍ରୋଟୋକଲ ଭାଙ୍ଗିଲେ ରାଜ୍ୟପାଳ: ଗାଡିରୁ ଓହ୍ଲାଇ ଭଙ୍ଗା ଘର ଦେଖିଲେ, ପ୍ରତିଶ୍ରୁତି ଦେଲେ

ଏହି ଅବସରରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ କହିଛନ୍ତି ଯେ, ଏହି କ୍ରୀଡ଼ା ଉତ୍ସବ ଆମକୁ ଆମର ଶକ୍ତିକୁ ଚିହ୍ନଟ କରିବାରେ ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିପକ୍ଷରେ ଆମର ଦୁର୍ବଳତାକୁ ବୁଝିବାରେ ସାହାଯ୍ୟ କରିବ । ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ଆତ୍ମ ସଚେତନତା ବୃଦ୍ଧି କରିବା ସହିତ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସମସ୍ତେ ଭଲ ଖେଳ ପ୍ରଦର୍ଶନ କରିବା ସହ ନିଜ ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବମୟ ଆଣିବେ । ଏହି ଏକଲ ଅଭିଯାନ କେବଳ କ୍ରୀଡା ଉତ୍ସବ ନୁହେଁ ଏହା ହେଉଛି ପିଲାଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭା ଅନ୍ୱେଷଣ ଏବଂ ସମସ୍ତ ଖେଳାଳିଙ୍କୁ ସମ୍ମାନ ଏବଂ ସମର୍ଥନ ଜଣାଇବା ଭଳି ମନୋଭାବ ତିଆରି କରିବା । ତେବେ ଏହି କ୍ରୀଡା ଉତ୍ସବରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଆଗାମୀ ଦିନରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ଦିଆଯିବ ବୋଲି ମଧ୍ୟ ସୂଚନା ରହିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details