ଓଡିଶା

odisha

ETV Bharat / state

ଜଙ୍ଗଲରେ ଜୀବନ କାଟୁଛନ୍ତି ବିସ୍ଥାପିତ - ଜଙ୍ଗଲ

ରାଉରକେଲା ଇସ୍ପାତ କାରଖାନାରୁ 60 ବର୍ଷ ତଳେ ବିସ୍ଥାପିତ ହୋଇଥବା ଲୋକେ ଜଙ୍ଗଲରେ ଜୀବନ କାଟୁଛନ୍ତି । ବିସ୍ଥାପିତମାନେ ମଣିଷ ଭଳି କେମିତି ବଞ୍ଚି ପାରିବେ ତାର ବୈକଳ୍ପିକ ବ୍ୟବସ୍ଥା କରାଯାଉ ବୋଲି ଅନୁସୂଚିତ ଜନଜାତି ଆୟୋଗର ଉପାଧ୍ୟକ୍ଷ ଅନୁସୁଇଆ ଉଇକେଙ୍କ ନେତୃତ୍ବରେ ଆସିଥିବା ଟିମ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Jun 28, 2019, 7:33 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଇସ୍ପାତ କାରଖାନା ତଥା ମନ୍ଦିରା ଡ୍ୟାମରୁ 60 ବର୍ଷ ତଳେ ବିସ୍ଥାପିତ ହୋଇଥବା ଲୋକଙ୍କୁ ସରକାର ଜଙ୍ଗଲରେ ତଥା ପାହାଡ଼ରେ ଫିଙ୍ଗି ଦେଇଛନ୍ତି । ଅନୁସୂଚିତ ଜନଜାତି ଆୟୋଗର ଉପାଧ୍ୟକ୍ଷା ଅନୁସୁଇଆ ଉଇକେଙ୍କ ନେତୃତ୍ବରେ ଆସିଥିବା ଟିମ ଓ ଜିଲ୍ଲାପାଳ ରଶ୍ମିତା ପଣ୍ଡା ରାଜଗାଙ୍ଗପୁରର ହାଥିଧରସା ପହଞ୍ଚିଥିବା ବେଳେ ଏହା ସାମ୍ନାକୁ ଆସିଛି । ସମସ୍ତେ ବିସ୍ଥାପିତଙ୍କ ସେହି ଗାଁରେ ପହଞ୍ଚି ଯାହା କହିଛନ୍ତି ତାହା ସଭ୍ୟ ସମାଜ ପାଇଁ ଲଜ୍ଜାର ବିଷୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା


ପାହାଡ଼ ତଥା ଜଙ୍ଗଲରେ ଜମି ଦିଆଯାଇଥିବା ସୂଚନା ଦିଆଯାଇ ଥିଲା ବୋଲି ଗ୍ରାମବାସୀ ମାନେ ସ୍ପଷ୍ଟ କରିଥିବା ବେଳେ ପ୍ରଶାସନ ତାଙ୍କୁ ତାଙ୍କ ଜମି ଦେଖାଇ ଦେଉ ବୋଲି ସେମାନେ ଦାବି କରିଛନ୍ତି । 312 ବିସ୍ଥାପିତଙ୍କୁ ଜମି ଦିଆ ଯାଇଥିଲା କିନ୍ତୁ ଜମି ନାହିଁ । ଆୟୋଗ ଲୋକଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି । ଯାହା ଜମି ଉପରେ ସ୍ମାର୍ଟସିଟି ତାଙ୍କ ପାଇଁ ପାଣି, ସ୍କୁଲ, ସ୍ୱାସ୍ଥ୍ୟ ସୁବିଧା ସହିତ ଅନ୍ୟ ସୁବିଧା ଅପହଞ୍ଚ ହୋଇଛି । ବିସ୍ଥାପିତମାନେ ମଣିଷ ଭଳି କେମିତି ବଞ୍ଚି ପାରିବେ ତାର ବୈକଳ୍ପିକ ବ୍ୟବସ୍ଥା କରାଯାଉ ବୋଲି ଆୟୋଗ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ।


ଆୟୋଗ ଏହାକୁ ଅମାନବୀୟ କହିବା ସହିତ ମଣିଷ ସହିତ ପଶୁ ଭଳି ବ୍ୟବହାର ହୋଇଥିବା କହିଛନ୍ତି । ବିସ୍ଥାପିତଙ୍କୁ ସବୁ ସୁବିଧା ଦେବା ପାଇଁ ପ୍ରଶାସନ କୁହାଯାଇଛି । ପରିସ୍ଥିତିର ସୁଧାର ପାଇଁ ପ୍ରୟାସ କରିବା ସହିତ ଏମାନଙ୍କୁ ପଟ୍ଟା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ରଶ୍ମିତା ପଣ୍ଡା କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details