ଓଡିଶା

odisha

By

Published : Aug 19, 2019, 10:38 AM IST

ETV Bharat / state

ପଡିଆରୁ ଯୁବକଙ୍କର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପଡିଆରୁ 25 ବର୍ଷୀୟ ଯୁବକଙ୍କର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର । ସେ ଯୁବକ ଜଣକ ଆଇଡିଏଲ୍‌ କଲୋନୀ ନିକଟ ସମରା ବସ୍ତିର ବାସିନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଟାଙ୍ଗରପାଲି ଥାନା ଅନ୍ତର୍ଗତ ଆଇଡିଏଲ୍‌ ଫାଣ୍ଡି ନିକଟ ପଡିଆରୁ ଜଣେ 25 ବର୍ଷୀୟ ଯୁବକଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଯୁବକର ନାମ ହେଲା ସୁଶୀଲ ଓରାମ । ସେ ଆଇଡିଏଲ୍‌ କଲୋନୀ ନିକଟ ସମରା ବସ୍ତିର ବାସିନ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ତେବେ ସୁଶୀଲଙ୍କର ମୁଣ୍ଡ ,ବେକ ,ପେଟରେ ଧାରୁଆ ଅସ୍ତ୍ରର କ୍ଷତ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ସୂଚନାଥାଉକି, ରବିବାର ସନ୍ଧ୍ୟାରୁ ସୁଶୀଲ ଘରୁ ବାହାରକୁ ଯାଇଥିଲେ କିନ୍ତୁ ଆଉ ରାତିରେ ଫେରି ନଥିଲେ । ଆଜି (ସୋମବାର) ସକାଳୁ ସୁଶୀଲଙ୍କ କ୍ଷତବିକ୍ଷତ ମୃତ ଦେହ ଠାବ କରାଯାଇଥିଲା । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details