ସୁନ୍ଦରଗଡ:ରାଜ୍ୟରେ ପୁଣି ଲେଉଟିଲାଣି କୋରୋନା । ଏ ନେଇ ପ୍ରତି ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ସୁନ୍ଦରଗଡ ଜିଲ୍ଲାରେ ମହାମାରୀ ପୁଣି ଆତଙ୍କ ସୃଷ୍ଟି କରିଛି । ଏ ନେଇ ସହରର ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ଲୋକଙ୍କୁ ସଚେତନ କରାଇଛନ୍ତି ।
ରାଉରକେଲା ସହର ସ୍ଥିତ ତିନୋଟି ପ୍ରମୁଖ ସ୍ଥାନ ଟ୍ରାଫିକ ଗେଟ, ଡେଲି ମାର୍କେଟ ଓ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ଲୋକଙ୍କୁ ସଚେତନ କରାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ଓ ଆରକ୍ଷୀ ଅଧିକ୍ଷକ ( ରାଉରକେଲା ) ମୁକେଶ କୁମାର ଭାମୋ ଲୋକଙ୍କୁ ବ୍ୟକ୍ତିଗତ ଭାବେ ସଚେତନ କରିବା ସହ ସତର୍କ କରାଇଛନ୍ତି ।