ଓଡିଶା

odisha

ETV Bharat / state

ଘରେ ଘରେ ପାଇପଲାଇନ ଯୋଗେ ପହଁଞ୍ଚିବ ପିଏନଜି ଗ୍ୟାସ

ଏଣିକି ରାଉରକେଲା ଓ ଝାରସୁଗୁଡାର ସବୁ ଘରେ ପାଇପ ଯୋଗେ ପିଏନଜି ଗ୍ୟାସ ପହଁଞ୍ଚାଇବା ନେଇ ଜଣାଇଛି ଗେଲ। ଅଧିକ ପଢ଼ନ୍ତୁ...

By

Published : Dec 30, 2019, 5:38 PM IST

cooking gas to reach every house, gas pipe line in rourkela and jharsuguda, GAIL Gas Limited, chamber of commerce and industries, ଗେଲ,  ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ, ପାଇପ ଦ୍ବାରା ପିଏନଜି ଗ୍ୟାସ, ରାଉରକେଲା ତଥା ଝାରସୁଗୁଡା
ଘରେ ଘରେ ପାଇପଲାଇନ ଯୋଗେ ପହଁଞ୍ଚିବ ପିଏନଜି ଗ୍ୟାସ

ରାଉରକେଲା: ରାଉରକେଲା ତଥା ଝାରସୁଗୁଡାର ଘରେ ଘରେ ପାଇପ ଦ୍ବାରା ପିଏନଜି ଗ୍ୟାସ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିବା ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର (chamber of commerce and industries) ‘ଗେଲ୍‌’ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳରେ ଷ୍ଟେସନ ନିର୍ମାଣ ପାଇଁ ଜାଗା ପ୍ରଦାନ ପାଇଁ ଅନୁରୋଧ କରାଯାଇଛି। ଝାରସୁଗୁଡା ତଥା ରାଉରକେଲା ଅଞ୍ଚଳରେ ମଧ୍ୟ ପାଇପ ଲାଇନ ବିଛାଇବା ପାଇଁ ଶୀଘ୍ର ଅନୁମତି ମିଳିଯିବ ବୋଲି ଗେଲ ପକ୍ଷରୁ ଆଶା କରାଯାଇଛି। ଏହି ଗ୍ୟାସ ବିଭିନ୍ନ କଳକାରଖାନାକୁ ମଧ୍ୟ ଯୋଗାଇ ଦିଆଯିବ।

ସୋମବାର ଏକ କର୍ମଶାଳାରେ ଗେଲ୍‌ ପକ୍ଷରୁ ଏନେଇ ବିସ୍ତୃତ ସୂଚନା ପ୍ରଦାନ ଯାଇଛି। ଗ୍ୟାସ ଅନ୍ୟ ଇନ୍ଧନ ଠାରୁ ଶସ୍ତା ପଡିବ ତଥା ପ୍ରଦୂଷଣ ହେବ ନାହିଁ।କଳକାରଖାନା କେତେ ପରିମାଣରେ ଗ୍ୟାସ ନେବେ ତାର ବିସ୍ତୃତ ସୂଚନା ନିଆଯିବା ପରେ ଗେଲ୍‌ ପକ୍ଷରୁ ପାଇପ ଲାଇନ ବିଛାଇ ଗ୍ୟାସ ଯୋଗାଇ ଦିଆଯିବ ବୋଲି ଆଶ୍ବାସନା ଦିଆଯାଇଛି ।

ଘରେ ଘରେ ପାଇପଲାଇନ ଯୋଗେ ପହଁଞ୍ଚିବ ପିଏନଜି ଗ୍ୟାସ

ପ୍ରଥମେ ଇସ୍ପାତ ନଗରୀର ଘରେ ଘରେ ପାଇପ ଲାଇନ ଦ୍ବାରା ଗ୍ୟାସ ସଂଯୋଗ ବ୍ୟବସ୍ଥା କରାଯିବା ପରେ ଛେଣ୍ଡ, ବାସନ୍ତୀ କଲୋନୀ, ସିଭିଲ ଟାଉନସିପ ଅଞ୍ଚଳରେ ଗ୍ୟାସ ସଂଯୋଗ ସୁବିଧା ମିଳିପାରିବ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details