ଓଡିଶା

odisha

ETV Bharat / state

ବିନା ପରମିଟରେ ଚାଲିଛି ନାଇଟକୋଚ ବସ, ପରିବହନ ବିଭାଗର ଜରିମାନା ଆଦାୟ

ରାଉରକେଲାର ଅନେକ ନାଇଟକୋଚ ବସ ବିନା ପରମିଟରେ ଚାଲୁଥିବା ଅଭିଯୋଗ ହୋଇଛି । ଏଭଳି ପରମିଟ ନଥିବା 4ଟି ବସରୁ ଜରିମାନା ଆଦାୟ କରାଯାଇଥିବାର ରାଉରକେଲା ପରିବହନ ଅଧିକାରୀ ଏକେ ଜେନା କହିଛନ୍ତି ।

By

Published : Jun 22, 2019, 10:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସରକାରୀ ନିୟମ କହୁଛି ଅନୁମତି ନାହିଁ ତ ରାସ୍ତାରେ ଚାଲିପାରିବନି ବସ । କିନ୍ତୁ ଏ ନିୟମ କେବଳ କାଗଜ କଲମରେ ରହିଛି । ବିନା ପରମିଟରେ ବେଧଡକ ଭାବେ ଚାଲିଛି ଯାତ୍ରୀବାହୀ ବସ । ତାହା ମଧ୍ୟ ନାଇଟକୋଚ ଭଳି ଏକ୍ସପ୍ରେସ ବସ ।

ଯାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବସ ମାଲିକ । ବିଭିନ୍ନ ସମୟରେ ଚେକିଂ ହେଉଥିବା ବେଳେ ଏହି ଯାତ୍ରୀ ବାହି ବସ କିଭଳି ଧରପଡୁନାହାନ୍ତି, ଏହା ପରିବହନ ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବଡ଼ କଥା ହେଉଛି ରାଉରକେଲାରୁ ଯାଉଥିବା ବସ ଗୁଡିକ 5ରୁ 6ଟି ଜିଲ୍ଲା ପାର ହୋଇଯାନ୍ତି । ସେହି ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକୀର(ଆରଟିଓ) ମଧ୍ୟ ଏହି ବସକୁ ନ ଦେଖିବା ଆଶ୍ଚର୍ଯ୍ୟର କଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା


ଅନେକ ନାଇଟକୋଚ ବସ୍ ରାଉରକେଲାରୁ କଟକ, ଭଦ୍ରକ, ଜଗତସିଂହପୁର ରୁଟରେ ଯାତାୟାତ କରୁଥିଲେ ମଧ୍ୟ ରୁଟ ପରମିଟ ନଥିବା ସୂଚନା ମିଳିଛି । ବସ ମାଲିକ ଏନେଇ ଟ୍ୟାକ୍ସ ଦେଉଥିଲେ ବି 4 ବର୍ଷ ହେବ ଆସୋସିଏସନ ନଥିବା ବସ ମାଲିକ ଆର ଜେନା କହିଛନ୍ତି । ଅନ୍ୟପକ୍ଷରେ ଅଭିଯୋଗ ପରେ ପରିବହନ ବିଭାଗ ତତ୍ପର ହେବା ସହ ଚଢ଼ାଉ କରି ଏଭଳି ପରମିଟ ନଥିବା 4ଟି ବସକୁ ଫାଇନ କରାଯାଇଥିବାର ରାଉରକେଲା ପରିବହନ ଅଧିକାରୀ ଏକେ ଜେନା କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details