ରାଉରକେଲା: 'ଫନି' ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଫଳରେ ବିଜୁ ପଟ୍ଟନାୟକ ବିଶ୍ବବିଦ୍ୟାଳୟର ବିଭିନ୍ନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।
ସରକାର ଲୋକଙ୍କୁ ରିଲିଫ୍ ଦେବା କାର୍ଯ୍ୟରେ ବ୍ୟସ୍ତ ଥିବା ହେତୁ ମେ 8 ତାରିଖରୁ 11 ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ନେଇ ବିପିୟୁଟି ପକ୍ଷରୁ ନୋଟିସ ଜାରି କରି ସୂଚନା ଦିଆଯାଇଛି ।