ଓଡିଶା

odisha

ETV Bharat / state

ସିଡିଏମଓଙ୍କ ନିଲମ୍ବନ ଘଟଣା; ଗର୍ଜିଲା ବିଜେପି, କାଲି 6ଘଣ୍ଟିଆ ବନ୍ଦ ଡାକରା

ସିଡିଏମଓଙ୍କ ନିଲମ୍ବନ ପ୍ରତିବାଦରେ ସୋମବାର 6 ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡ଼ାକରା ଦେଇଛି ବିଜେପି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ସଚିବ ପାଣ୍ଡିଆନ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Oct 13, 2019, 9:51 PM IST

Updated : Oct 13, 2019, 10:34 PM IST

ରାଉରକେଲା: ସିଡିଏମଓଙ୍କ ନିଲମ୍ବନକୁ ବିଜେପିର ବିରୋଧ । ପଦଯାତ୍ରା ମାଧ୍ୟମରେ ପ୍ରତିବାଦ ଓ ବିକ୍ଷୋଭ କରିଛି ବିଜେପି । ଏହା ସହ ଆସନ୍ତାକାଲି ଅର୍ଥାତ ସୋମବାର ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ଦଳ। ପ୍ରଭାବରେ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହିତ ସ୍କୁଲ, କଲେଜ ଓ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିବ । ସୁନ୍ଦରଗଡ ଜିଲ୍ଲା ବିଜେପି ସଭାପତି ବଟକିଶୋର ମିଶ୍ର ଏନେଇ ସୂଚନା ଦେଇଛନ୍ତି ।

ସିଡିଏମଓଙ୍କ ନିଲମ୍ବନ ଘଟଣାରେ ବିଜେପିର ପ୍ରତିବାଦ

ମୁଖ୍ୟମନ୍ତ୍ରୀ , 5ଟି ସଚିବ ପାଣ୍ଡିଆନ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କୁଶପୁତ୍ତଳିକା ଦାହ କରିଛି ଦଳ । ଭି.କେ ପାଣ୍ଡିଆନଙ୍କ ରବିବାର ସୁନ୍ଦରଗଡ଼ ଗସ୍ତ ଏବଂ ଗସ୍ତ ପରେ ସିଡିଏମଓ ଡାକ୍ତର ପଙ୍କଜ ପଟେଲଙ୍କୁ ନିଲମ୍ବନକୁ ନେଇ ଘୋର ପ୍ରତିବାଦ କରିଛି ସୁନ୍ଦରଗଡ଼ ଜିଲ୍ଲା ବିଜେପି । ସ୍ଥାନୀୟ ଡିଆରଡିଏ ଛକ ନିକଟରେ ରାଲି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି କେ ପଣ୍ଡିଆନଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ବଟ କିଶୋର ମିଶ୍ର ଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ପଦଯାତ୍ରା କରି ସହର ପରିକ୍ରମା କରିଛନ୍ତି ।


ରାଲି ସରିବା ପରେ ଡିଆରଡିଏ ଛକ ଠାରେ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ କୁଶପୁତ୍ତଳିକା ଦାହ କରି ଥିଲେ କର୍ମୀ । ଅନ୍ୟ ପଟେ ସାଇ ପାଥୋଲ୍ୟାବ କୁ ସିଲ କରିଛି ଜିଲ୍ଲା ପ୍ରଶାସନ। ଏହି ଲ୍ୟାବରେ ରକ୍ତ ପରିକ୍ଷା ସହ ଅନେକ ସ୍ବାସ୍ଥ୍ୟ ପରିକ୍ଷା ହେଉଥିବା ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ । ଏହି ଘଟଣାରେ ସିଡିଏମଓଙ୍କୁ ନିଲମ୍ବିତ କରି ଥିଲେ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Oct 13, 2019, 10:34 PM IST

ABOUT THE AUTHOR

...view details