ଓଡିଶା

odisha

ETV Bharat / state

ଏଥର ଝାରସୁଗୁ଼ଡ଼ାରେ ଫୁଟିବ ପଦ୍ମ: ଜୁଏଲ ଓରାମ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଉରକେଲାରେ ରଣନୀତି ପ୍ରସ୍ତୁତ କଲେ ବିଜେପି ନେତା ଜୁଏଲ ଓରାମ । ଅଧିକ ପଢ଼ନ୍ତୁ

juel oram reaction on jharsuguda by election
ଝାରସୁଗୁଡ଼ା ଉପନିର୍ବାଚନ ନେଇ ଜୁଏଲ ଓରାମଙ୍କ ପ୍ରତିକ୍ରିୟା

By

Published : Apr 8, 2023, 6:49 AM IST

ଝାରସୁଗୁଡ଼ା ଉପନିର୍ବାଚନ ନେଇ ଜୁଏଲ ଓରାମଙ୍କ ପ୍ରତିକ୍ରିୟା

ରାଉରକେଲା: ଝାରସୁଗୁଡ଼ା ଉପନିର୍ବାଚନ ତାରିଖ ଯେତେ ପାଖଉଛି, ରାଜନୀତିକ ପାଣିପାଗ ସେତେ ସରଗରମ ହେଉଛି । ଝାରସୁଗୁଡ଼ା ଗଡ଼ ହାତେଇବା ପାଇଁ ତିନି ପ୍ରମୁଖ ଦଳ ରଣନୀତି ପ୍ରସ୍ତୁତ କଲେଣି । ବିଭିନ୍ନ ଦଳ ଘନ ଘନ ଝାରସୁଗୁଡ଼ା ଗସ୍ତ କରି ଆଲୋଚନା ପର୍ଯ୍ୟାଲୋଚନା କରୁଛନ୍ତି । ବିଜେଡି ତାର ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ କଂଗ୍ରେସ ଓ ବିଜେପି କାହାକୁ ପ୍ରାର୍ଥୀ ଘୋଷଣା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ଏହାରି ଭିତରେ ରାଉରକେଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପୁରୁଖା ନେତା ଜୁଏଲ ଓରାମ ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Jharsuguda ByPoll: ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଝାରସୁଗୁଡ଼ା ଉପନିର୍ବାଚନରେ କିଭଳି ହେବ ରଣନୀତି ତାହା ନେଇ ରାଉରକେଲାରେ ଜୁଏଲ ନିଜ ଅଞ୍ଚଳର କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ସେ ପ୍ରତିକ୍ରିୟାରେ କହିଛନ୍ତି, " ଏଥର ବିପୁଳ ମାତ୍ରାରେ ଭୋଟ ଜିତି ଝାରସୁଗୁଡ଼ାରେ ପଦ୍ମ ଫୁଟାଇବ ବିଜେପି । ଏଥର ବିଜେପି ଦଳ ସଫଳ ପ୍ରଦର୍ଶନ କରିବ । ଧାମନଗର ପରି ଝାରସୁଗୁଡ଼ାରେ ମଧ୍ୟ ବିଜେପି ସଫଳତା ପାଇବ । ପୂର୍ବରୁ ହୋଇଥିବା ସୁନ୍ଦରଗଡ଼ ଉପନିର୍ବାଚନ ହେଉ ବା ବିଜୁ ବାବୁ ଥିବା ସମୟରେ ମାଲକାନଗିରି ଉପନିର୍ବାଚାନ, ସେଥିରେ ବିଜେପି ଜିତିଥିଲା । ଲୋକଙ୍କ ହାତ ଆମ ସହ ରହିଛି । ତେଣୁ ଆଶା ଅଛି ବିଜେପି ଜିତିବ । "

ଏହା ମଧ୍ୟ ପଢ଼ନ୍ତୁ:ଓଡ଼ିଆରେ ନାମ ଫଳକ ନିୟମକୁ ବିରୋଧୀଙ୍କ ତାତ୍ସଲ୍ୟ, ପାଣିର ଗାର କହିଲେ ବିରୋଧୀ

ବିଜେପିରୁ ବର୍ତ୍ତମାନ ଯାଏ ପ୍ରାର୍ଥୀ ଘୋଷଣା ହୋଇନାହିଁ । ଏ ସମ୍ପର୍କରେ ବିଜେପିର ପୁରୁଖା ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଧ୍ୟ କୌଣସି ମତ ଦେଇନାହାନ୍ତି । ବିଜେପି ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କୁ ଏକ ପ୍ରକାର ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିବାର ଜଣାପଡିଛି । ତେବେ ଅନ୍ୟପକ୍ଷରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ଟିକେଟ ପାଇ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଭୋଟ ଆଣିଥିବା ଦିନେଶ ଜୈନକୁ ଭରସା କରିବ କି ଦଳ ନା ନୂତନ ଚେହେରା ଭାବେ ଆଗକୁ ଆସିଥିବା ଟଙ୍କଧରଙ୍କୁ ଟିକେଟ ଦେବ ତାହା ଏବେ ଦ୍ଵନ୍ଦରେ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ଦଳ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଘୋଷଣା କରିନାହିଁ । ତେଣୁ କିଏ ହେବେ ବିଧାୟକ ଚେହେରା ସେନେଇ ସଭିଙ୍କ ଚର୍ଚ୍ଚା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details