ରାଉରକେଲା:ରାଜ୍ୟରେ ଗର୍ଜିବ ବିଜେପି । ଆସନ୍ତା ନଭେମ୍ବର ୧୪ରୁ ନଭେମ୍ବର ୧୮ ପର୍ଯ୍ୟନ୍ତ ରାଜ୍ୟର ପ୍ରତି ବ୍ଲକ ଏବଂ ପୌରାଞ୍ଚଳ ଘେରିବ ଦଳ । ଏନେଇ ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ନେଇ ଲୋକଙ୍କୁ ସଚେତନା କରିବ ଦଳ । ଏହା ସହ କେନ୍ଦ୍ର ସରକାରଙ୍କ ପ୍ରତିଟି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବ । ଏଥର 2024 ନିର୍ବାଚନରେ ବିଜେଡିକୁ ଗାଦିଚ୍ୟୁତ କରାଇବା ସହ ବିଜେପି ରାଜ୍ୟରେ ନିଶ୍ଚିତ ସରକାର ଗଠନ କରିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟରେ ବାର୍ଷିକ 1 ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ଦଳ ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାଉରକେଲା ଦଳର ସ୍ଥିିତି ସମୀକ୍ଷା କରିଛନ୍ତି ବିଜେପି ନେତୃ ମଣ୍ଡଳୀ । ଏହା ସହ ରାଜ୍ୟ ବିଜେପି ସଭାପତି ଏକ ସାମ୍ବାଦିକ ସମ୍ମିଳନୀ କରି ପଶ୍ଟିମ ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି । ଏହା ସହ ଗତକାଲି କେନ୍ଦ୍ର ସରକାରଙ୍କ ଘୋଷଣା କରିଥିବା ୫ ବର୍ଷ ପାଇଁ ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯିବ । ଏହାକୁ ସ୍ୱାଗତ କରିଛି ବିଜେପି ।
ବିଜେପି ରାଜ୍ୟ ସଭାପତି କହିଛନ୍ତି, 'କେନ୍ଦ୍ର ସରକାରଙ୍କ ରାଜ୍ୟକୁ ଯଥେଷ୍ଟ ଅର୍ଥ ପ୍ରଦାନ କରୁଛନ୍ତି । ଏହାକୁ ରାଜ୍ୟ ସରକାର ସଠିକ ବିନିଯୋଗ କରି ପାରୁନାହାନ୍ତି । ଏହି ବିଜେଡି ସରକାର ହେଉଛି ସମ୍ପୂର୍ଣ୍ଣ ଫେଲ ସରକାର ସମସ୍ତ କ୍ଷେତ୍ରରେ ଏହି ବିଜେଡି ସରକାର ଫେଲ ମାରିଛି । ତେବେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଏବଂ ରୋଜଗାର ଦେବାରେ ଫେଲ ମାରିଛି ସରକାର । କାରଣ ଏହି ସରକାର ଥିବାଯାଏଁ ବେରୋଜଗାରୀ ବହୁ ମାତ୍ରାରେ ବଢ଼ିବାରେ ଲାଗିଛି । ବେରୋଜଗାରୀ ବଢିବା ଯୋଗୁଁ ଦାଦନ ଶ୍ରମିକମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟରେ ସମସ୍ତ ଭିତ୍ତିଭୂମି ବିକାଶ ପାଇଁ ସ୍ଥାନଥିଲେ ମଧ୍ୟ ଶିଳ୍ପ କ୍ଷେତ୍ରରେ ବା ରୋଜଗାର କ୍ଷେତ୍ରରେ କୌଣସି କ୍ଷେତ୍ରରେ ରାଜ୍ୟ ସରକାର ଧ୍ୟାନ ଦେଉ ନାହାନ୍ତି । ଫଳରେ ଲୋକେ ଦାଦନ ଶ୍ରମିକ ହେବା ଛଡା ଆଉ କିଛି ବାଟ ପାଉ ନାହାଁନ୍ତି ।"