ଓଡିଶା

odisha

ETV Bharat / state

ମଦ ଟଙ୍କା ଜବତକୁ ନେଇ ରାଜନୀତି, ପ୍ରତିବାଦ କଲା ରାଉରକେଲା ବିଜେପି - ରାଉରକେଲାରେ ବିଜେପିର ପ୍ରତିବାଦ

IT raids in Odisha : : ଆୟକର ବିଭାଗ ଚଢ଼ାଉ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ରାଉରକେଲାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

IT raids case
IT raids case

By ETV Bharat Odisha Team

Published : Dec 11, 2023, 10:54 PM IST

IT raids case

ରାଉରକେଲା: ମଦ ବ୍ୟବସାୟୀଙ୍କ ଘରୁ ଟଙ୍କା ମିଳିବା ଘଟଣାକୁ ନେଇ ବିଜେପିର ଜୋରଦାର ଆନ୍ଦଳନ । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରୁଛି ବିଜେପି । ଏନେଇ ଏହି ମଦ କାରବାରରେ କଂଗ୍ରେସ ଏବଂ ବିଜେଡିର ସମ୍ପୃକ୍ତି ନେଇ ରାଉରକେଲାରେ ଦୁର୍ନୀତି ବିରୋଧରେ ଗର୍ଜିଛି ବିଜେପି ଦଳ । ବିଜେଡି ଦଳ ଏକ ହୀନ ରାଜନୀତି କରୁଥିବା ଅଭିଯୋଗ କରିଛି ବିଜେପି ।

ରାଜ୍ୟରେ ଦୁର୍ନୀତି ଲୁଚାଇବାକୁ ବିଜେଡି ସରକାର ସବୁବେଳେ ଆଗୁଆ ଥିବା ଅଭିଯୋଗ କରିଛି ବିଜେପି । ଏହାସହ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଓଡ଼ିଶାରେ 400 କୋଟିରୁ ଅଧିକ ଟଙ୍କା ଜବତ ଘଟଣାର ଆଜି କଂଗ୍ରେସ ବିରୋଧରେ ଗର୍ଜିଛି ବିଜେପି । ବିକ୍ଷୋଭ ପ୍ରଦର୍ଶନ କରି ରାଜରାସ୍ତାକୁ ଓହ୍ଲାଇଛି ବିଜେପି ଦଳ । ଉଭୟ ରାଜ୍ୟ ସରକାର ଏବଂ କଂଗ୍ରେସ ମିଶି ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରାଉରକେଲା ବିଶ୍ରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ରାଉରକେଲା ବିଜେପି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ସାରା ଦେଶରେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ......ଆଇଟି ରେଡ: ଆୟକର ଫାଙ୍କିବା ମାମଲାରେ କଂଗ୍ରେସ ଓ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା ବିଜେପି

ସେପଟେ କଂଗ୍ରେସ ବିରୋଧରେ ମଧ୍ୟ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛି ବିଜେପି । ବିଜେପି ନେତାମାନେ ଅଭିୟୋଗ କରିଛନ୍ତି ଯେ, କଂଗ୍ରେସ ନେତାମାନେ ଜନସାଧାରଣଙ୍କ ଠାରୁ ବହୁ ପରିମାଣର ଅର୍ଥ ଆତ୍ମସାତ୍ କରିଛନ୍ତି । ଏହାସହ ଓଡିଶାର ଶାସକ ଦଳ ବିଜୁ ଜନତା ଦଳ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ବିଜେପି କହିଛି ଯେ, ରାଜ୍ୟ ଭିତରେ କଂଗ୍ରେସର ଭୁଲ୍ କାମକୁ ବିଜେଡି ସରକାରଙ୍କ ଦୁର୍ନୀତି ପ୍ରେମକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

କଂଗ୍ରେସର ଦୁର୍ନୀତିକୁ ସିଧାସଳଖ ରାଜ୍ୟ ସରକାର ଲୁଚାଇଥିଲେ ବୋଲି ବର୍ତ୍ତମାନ ହୋଇଥିବା ବିଶାଳ ଆୟକର ଚଢ଼ାଉରେ ଜଣା ପଡ଼ିଛି ବୋଲି ଅଭିଯୋଗ କରିଛି ବିଜେପି । ବିଜେପି ସମର୍ଥକମାନେ ଅଭିଯୋଗ କରିଛନ୍ତି ଯେ, ରାଉରକେଲା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ବୌଦ୍ଧ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନିକଟରେ ହୋଇଥିବା ଆୟକର ଚଢ଼ାଉରୁ ବିଜେଡିକୁ ବିପୁଳ ପରିମାଣର ଅର୍ଥ ମିଳିଛି । ଜିଲ୍ଲା ବିଜେପି ସଭାପତିଙ୍କ କହିବାନୁସାରେ, ଏହି ପାଣ୍ଠି ଆଗାମୀ ନିର୍ବାଚନ ପାଇଁ ରଖାଯାଇଥିଲା । ଯାହା ରାଜନୈତିକ ଲାଭ ପାଇଁ ଲୋକଙ୍କ ସମ୍ବଳର ଅପବ୍ୟବହାରକୁ ଦର୍ଶାଉଛି ବୋଲି ଅଭିଯୋଗ ହେଉଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details