ଓଡିଶା

odisha

ETV Bharat / state

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ମନେ ପକାଇଲେ ରାଉରକେଲାବାସୀ

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ 144ତମ ଜନ୍ମ ଜୟନ୍ତୀ ଅବସରରେ ରାଉରକେଲା ବିଶ୍ରା ଛକରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

By

Published : Nov 15, 2019, 3:00 PM IST

ରାଉରକେଲାବାସୀ

ରାଉରକେଲା: ଆଜି ହେଉଛି ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ 144ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଉରକେଲାରେ ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି କମିଟି ଏବଂ ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ବର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ମନେ ପକାଇଲେ ରାଉରକେଲାବାସୀ

ଆଜି ସକାଳୁ ରାଉରକେଲା ବିଶ୍ରା ଛକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ରାଉରକେଲା ଇସ୍ପାତ କାରଖାନା ମୁଖ୍ୟ ନିର୍ବାହୀ ନିର୍ଦ୍ଦେଶକ ଦୀପକ ଚାଟାର୍ଜୀ , ରାଉରକେଲା ଏ ଡି ଏମ ଏଦୁଲା ବିଜୟ , ଏସ୍‌ପି କେ.ଶିବା ସୁବ୍ରମଣି , ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସ୍ବାଧୀନତା ସଂଗ୍ରାମରେ ଶହିଦ ବିର୍ସା ମୁଣ୍ଡାଙ୍କ ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏଥିସହ ସରଣା ପୂଜା କମିଟି ସହିତ ବିଭିନ୍ନ ସଂଗଠନ ତରଫରୁ ଆଦିବାସୀ ପରମ୍ପରା ନାଚ ଗୀତ ପ୍ରସ୍ତୁତ କରାଯାଇଥିଲା । ସେହିଭଳି ରାଜଗାଙ୍ଗପୁର, ଗୁରୁଣ୍ଡିଆ, ବୀରମିତ୍ରପୁର ସହିତ ବିଭିନ୍ନ ଅଞ୍ଚଳରେ ଶହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରାଯାଇଥିଲା।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details